ବ୍ରିଟେନ୍‌, ଭାରତ ଷ୍ଟ୍ରେନ୍‌ର ସଫଳ ମୁକାବିଲା କରିପାରୁଛି କୋଭାକ୍ସିନ୍‌

ନୂଆଦିଲ୍ଲୀ: କରୋନାଭୂତାଣୁର ବ୍ରିଟେନ୍‌ ଏବଂ ଭାରତ ପ୍ରଜାତି ବିରୋଧରେ କୋଭାକ୍ସିନ୍‌ ଟିକା ବେଶ୍‌ ଫଳପ୍ରଦ ସାବ୍ୟସ୍ତ ହୋଇଛି ବୋଲି ଆଜି ଭାରତ ବାୟୋଟେକ୍‌ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। କୋଭାକ୍ସିନ ଶରୀରରେ ଏଭଳି ଏଣ୍ଟିବଡ଼ି ସୃଷ୍ଟି କରୁଛି ଯାହା କରୋନା ଭାଇରସ୍‌ର ସମସ୍ତ ପ୍ରଜାତିକୁ ମୁକାବିଲା କରିବାରେ ସକ୍ଷମ ହୋଇପାରୁଛି। କୋଭାକ୍ସିନ ଟିକା ନିର୍ମାତା ଭାରତ ବାୟୋଟେକ୍‌ କହିଛି ଯେ ଏହି ଟିକା ଭାରତରେ ଅତି କ୍ଷୀପ୍ର ସଂକ୍ରମଣଶୀଳ ପ୍ରଜାତି ବି.୧.୧୬୭ ବିରୋଧରେ ଆଶାନୁରୂପ ପ୍ରଭାବୀ ରହିଛି। ବ୍ରିଟେନ୍‌ରେ କରୋନାର ବିପଜ୍ଜନକ ପ୍ରଜାତି ବି.୧.୧.୭କୁ ମଧ୍ୟ ନିଷ୍କ୍ରିୟ କରିବାରେ କୋଭାକ୍ସିନ ସଫଳ ପ୍ରମାଣିତ ହୋଇଥିବା କୁହାଯାଇଛି। କ୍ଲିନିକାଲ ସଂକ୍ରାମକ ରୋଗ ଜର୍ଣ୍ଣାଲ୍‌ରେ ଏ ବାବଦରେ ଅଧିକ ତଥ୍ୟ ପ୍ରକାଶିତ ହୋଇଛି। ଭାରତ ବାୟୋଟେକ୍‌ର ସହ ପ୍ରତିଷ୍ଠାତା ସୁଚିତ୍ରା ଇଲ୍ଲା କହିଛନ୍ତି ଯେ କୋଭାକ୍ସିନକୁ ବୈଜ୍ଞାନିକ ଗ‌ବେଷଣା ଆଧାରରେ ପୁଣି ଥରେ ଅନ୍ତର୍ଜାତୀୟ ମାନ୍ୟତା ମିଳିଛି।

Related Articles

Leave a Reply

Your email address will not be published.

Back to top button