ବ୍ରାଉନସୁଗର ଜବତ, ୩ ଗିରଫ

ଜଳେଶ୍ୱର: କରୋନା ଲକଡାଉନ ଓ ସଟଡାଉନ ଭିତରେ ନିଶା ବେପାରୀମାନେ ସକ୍ରିୟ ହୋଇଉଠିଛନ୍ତି ।   ଲକଡାଉନ ଓ ସଟଡାଉନ ପାଇଁ ଚାରିଆଡେ଼ ପୁଲିସ ପଇଁତରା ମାରୁଥିଲେ ହେଁ  ନିଶା ବେପାରୀମାନେ ଏହାକୁ ଖାତିର ନକରି ସେମାନଙ୍କୁ ବେପାର ଜାରି ରଖିଛନ୍ତି ।  ତେବେ ଏହାରି ଭିତରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚଢଉ କରାଯାଇ ବ୍ରାଉନସୁଗର ଜବତ କରାଯିବା ସହ ମୋଟ ୩ ଜଣଙ୍କୁ ଗିରଫ କରାଯାଇଛି । ପ୍ରକାଶ ଯେ, ସମ୍ପୃକ୍ତ ୩ ନିଶା ବେପାରୀ ବ୍ରାଉନସୁଗର ବିକ୍ରି କରିବାକୁ  ଜଗି ବସିଥିବାବେଳେ ଏସଟିଏଫ ସେଠାରେ ଗ୍ରାହକ ବେଶରେ ପହଞ୍ଚିଥିଲା ।  ତେବେ ନିଶା ବେପାରୀମାନେ କିଛି ବୁଝିବା ଆଗରୁ ଏସଟିଏଫ ସେମାନଙ୍କୁ ମାଡ଼ି ବସିଥିଲା । ଜବତ ବ୍ରାଉନସୁଗରର ଓଜନ ୨ କେଜି ହୋଇଥିବାବେଳେ ଏହାର ଅନୁମାନିକ ମୂଲ୍ୟ ୨ କୋଟି ହେବ ।   ଏସଟିଏଫ ଗିରଫ ୩ ଜଣଙ୍କୁ ପଚରାଉଚୁରା କରୁଛି ।

Related Articles

Leave a Reply

Your email address will not be published.

Back to top button