ବିଶ୍ୱରେ କରୋନାରେ ମୃତ୍ୟୁ ବରଣ କଲେଣି ୩୦ ଲକ୍ଷ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ଏବେ କରୋନା ସଂକ୍ରମଣ ପୂର୍ବାପେକ୍ଷା ଅଧିକ ଦ୍ରୁତ ଗତିରେ ବ୍ୟାପୁଛି । ତେବେ ଚଳିତ ଲହରରେ ସଂକ୍ରମଣ ଅପେକ୍ଷା ମୃତ୍ୟୁ ସଂଖ୍ୟା ଅଧିକ ବଢ଼ୁଛି । ବିଶ୍ୱରେ କରୋନା ମୃତ୍ୟୁ ୩୦ ଲକ୍ଷ ଟପିଯାଇଛି । ବିଶେଷ କରି ବ୍ରାଜିଲ ଏବଂ ଭାରତରେ କରୋନା ମୃତ୍ୟୁ ବଢ଼ିଚାଲିଛି । ରଏଟରସ ତଥ୍ୟ ଅନୁଯାୟୀ ସମଗ୍ର ବିଶ୍ୱରେ କରୋନା ମୃତ୍ୟୁ ୨୦ ଲକ୍ଷ ଟପିବା ପାଇଁ ଗୋଟିଏ ବର୍ଷରୁ ଅଧିକ ଦିନ ଲାଗିଥିଲା କିନ୍ତୁ ମାତ୍ର ୩ ମାସରେ ପରବର୍ତ୍ତୀ ୧୦ ଲକ୍ଷ ମୃତ୍ୟୁ ହୋଇଛି । ବ୍ରାଜିଲରେ କରୋନା ମୃତ୍ୟୁ ଲଗାତାର ଭାବେ ବଢ଼ିଚାଲିଛି ।

ସମଗ୍ର ବିଶ୍ୱରେ ପ୍ରତି ୪ ମୃତ୍ୟୁରୁ ଗୋଟିଏ ବ୍ରାଜିଲରେ ହେଉଛି । ଏହିପରି ଭାବେ ଯଦି କରୋନା ମୃତ୍ୟୁ ବଢ଼ିଚାଲେ ତେବେ ଆଗକୁ ଅତି ଜଟିଳ ସ୍ଥିତି ଉପୁଜିବ । ତେବେ ୫ ୟୁରୋପୀୟ ରାଷ୍ଟ୍ର ବ୍ରିଟେନ, ରୁଷ, ଫ୍ରାନ୍ସ, ଇଟାଲି ଏବଂ ଜର୍ମାନୀରେ ବିଶ୍ୱର ମୋଟ କରୋନା ମୃତ୍ୟୁର ୬୦ ପ୍ରତିଶତ ରହିଛି । ଆମେରିକାରେ ସର୍ବାଧିକ ୫୫୫,୦୦୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।

Related Articles

Leave a Reply

Your email address will not be published.

Back to top button