ବିଶ୍ବ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ: ୧୫ ଜଣିଆ ଦଳରେ ଉମେଶ, ସିରାଜ

ସାଉଥାମ୍ପଟନ୍: ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଗୁରୁତ୍ବପୂର୍ଣ୍ଣ ବିଶ୍ବ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଏହି ୧୫ ଜଣିଆ ଭାରତୀୟ ଦଳରୁ ବ୍ରିସବେନ ଟେଷ୍ଟ ହିରୋ ଶାର୍ଦ୍ଦୁଲ ଠାକୁର ବାଦ ପଡ଼ିଛନ୍ତି। ଅନ୍ୟପକ୍ଷରେ ଭେଟେରାନ ଉମେଶ ଯାଦବ ଓ ନିକଟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ମହମ୍ମଦ ସିରାଜ ୧୫ ଜଣିଆ ଦଳରେ ସ୍ଥାନ ପାଇଛନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ଉମେଶ ଯାଦବ, ହନୁମା ବିହାରୀ ଓ ମହମ୍ମଦ ସିରାଜ ଆହତ ହୋଇଥିଲେ। ମାତ୍ର ସେମାନେ ଫିଟନେସ ଫେରି ପାଇଥିଲା ବେଳେ ଆଇସିସି ନିୟମ ଅନୁସାରେ ଘୋଷିତ ୧୫ ଜଣିଆ ଦଳରେ ସ୍ଥାନ ପାଇଛନ୍ତି।

ଅଷ୍ଟ୍ରେଲିଆ ଗସ୍ତରେ ସ୍ଥାନ ପାଇଥିବା ମୟଙ୍କ ଅଗ୍ରୱାଲ ଓ ୱାଶିଙ୍ଗଟନ ସୁନ୍ଦର ମଧ୍ୟ ସେମାନଙ୍କ ସ୍ଥାନ ବଜାୟ ରଖିବାରେ ସଫଳ ହୋଇ ନାହାନ୍ତି। ସେହିପରି ଘରୋଇ ଇଂଲଣ୍ଡ ବିପକ୍ଷ ସିରିଜରେ ହିରୋ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଅକ୍ଷର ପଟେଲ ବି ୧୫ ଜଣିଆ ଦଳରେ ସ୍ଥାନ ପାଇ ନାହାନ୍ତି। ଏହି ୧୫ ଜଣିଆ ଦଳରୁ କେଉଁ ୧୧ ଜଣ ସମ୍ମାନଜନକ ବିଶ୍ବ ଟେଷ୍ଟ ଚାମ୍ପିଅନଶିପ ଖେଳିବେ ତାହା ଆଗକୁ ସ୍ପଷ୍ଟ ହେବ ବୋଲି କୁହାଯାଉଛି। ମାତ୍ର ରୋହିତ ଶର୍ମାଙ୍କ ସହ ଶୁବମନ ଗିଲ ଇନିଂସ ଓପନ କରିବା ଓ ରବୀନ୍ଦ୍ର ଜାଡେଜା ଚୂଡ଼ାନ୍ତ ଏକାଦଶରେ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଛି।

୧୫ ଜଣିଆ ଖେଳାଳି ତାଲିକା- ବିରାଟ କୋହଲି (ଅଧିନାୟକ), ଶୁବମନ ଗିଲ, ରୋହିତ ଶର୍ମା, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ (ୱିକେଟ କିପର), ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଡ଼େଜା, ମହମ୍ମଦ ଶମୀ, ଜସପ୍ରୀତ ବୁମରା, ଈଶାନ୍ତ ଶର୍ମା, ମହମ୍ମଦ ସିରାଜ, ରିଦ୍ଧିମାନ ସାହା (ୱିକେଟ କିପର), ଉମେଶ ଯାଦବ, ହନୁମା ବିହାରୀ।

 

Related Articles

Leave a Reply

Your email address will not be published.

Back to top button