ବିଶ୍ବର ନୂଆ ଏକ ନମ୍ବର ଧନୀ ବର୍ନାଡ

ନୂଆଦିଲ୍ଲୀ: ଫ୍ରାନ୍ସର କଂପାନି ଏଲ୍‌ଭିଏମ୍‌ଏଚ୍‌ର ସିଇଓ ବର୍ନାଡ୍ ଆର୍ନଲ୍‌ଟ ବିଶ୍ବର ନୂଆ ଶ୍ରେଷ୍ଠ ଧନୀ ଭାବେ ଉଭା ହୋଇଛନ୍ତି। ସେ ଆମାଜନର ମୁଖ୍ୟ ଜେଫ୍‌ ବେଜୋସ୍‌ଙ୍କୁ ଗାଦିଚ୍ୟୁତ କରିଛନ୍ତି। ବେଜୋସ୍‌ଙ୍କ ସମ୍ପତ୍ତି ୧୮,୬୦୦ କୋଟି ଡଲାର ହୋଇଥିବା ବେଳେ ସେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ୨୦୨୧ରେ ବର୍ନାଡ୍ ନିଜ ସମ୍ପତ୍ତିରେ ୪୭୦୦ କୋଟି ଡଲାର ଯୋଡ଼ିଛନ୍ତି। ଫୋର୍ବସ୍‌ର ରିଅଲ୍‌-ଟାଇମ୍ ବିଲିଓନେୟାର ରୢାଙ୍କିଙ୍ଗ୍‌ ରହିଛି। ବିଶ୍ବର ପ୍ରମୁଖ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତିରେ ହେଉଥିବା ହ୍ରାସ ଓ ବୃଦ୍ଧି ଉପରେ ଏହା ନଜର ରଖିଛି। ବର୍ନାଡ୍‌ଙ୍କ କଂପାନି ଏଲ୍‌ଭିଏମ୍‌ଏଚ୍‌ ଅଧୀନରେ ରହିଛି ଫେଣ୍ଡି, କ୍ରିଷ୍ଟିଆନ୍ ଡିଓର୍‌ ଓ ଗିଭେଞ୍ଜି ଭଳି ଲକ୍‌ଜୁରି ବ୍ରାଣ୍ଡ୍‌। ଲୁଇ ଭୁଟନ୍ ଓ ସେଫୋରା ଭଳି ୭୦ଟି ବ୍ରାଣ୍ଡ୍‌ର ଦେଖାଶୁଣା କରୁଛନ୍ତି ବର୍ନାଡ୍‌। କ୍ରିଷ୍ଟିଆନ୍‌ ଡିଓରରେ ତାଙ୍କର ୯୬.୫% ଅଂଶଧନ ରହିିଛି।

Related Articles

Leave a Reply

Your email address will not be published.

Back to top button