ବିନା ସ୍ଲଟ ବୁକିଂରେ ନେଇ ହେବ ଦ୍ୱିତୀୟ ଡୋଜ

ଭୁବନେଶ୍ୱର:ଯେଉଁମାନେ ମେ ୩ରୁ ମେ ୧୪ ଭିତରେ ବିଏମସି ଅଧୀନରେ ନିଜ ପ୍ରଥମ ଡୋଜ ଟିକା ନେଇଛନ୍ତି, ସେମାନଙ୍କୁ ଦ୍ୱିତୀୟ ଡୋଜ ନେବା ପାଇଁ ଆଉ କୋୱିନ୍ ୱେବସାଇଟରେ ସ୍ଲଟ ବୁକ୍ କରି ଟିକା ନେବାକୁ ପଡ଼ିବନି । ଯେଉଁ ସ୍ଥାନରେ ପ୍ରଥମ ଡୋଜ ଟିକା ନେଇଥିଲେ ସେହି ସ୍ଥାନରେ ଦ୍ୱିତୀୟ ଡୋଜ ଟିକା ନେଇ ପାରିବେ ।  ସ୍ଲଟ ବୁକିଂ ନକରି ଭୁବନେଶ୍ୱରବାସୀ ନେଇପାରିବେ ଦ୍ୱିତୀୟ ଡୋଜ । ଏନେଇ ଘୋଷଣା କଲା ବିଏମସି ।  ଦ୍ୱିତୀୟ ଡୋଜ ଟିକା ନେବା ପାଇଁ କେବଳ ପ୍ରଥମ ଡୋଜ ଟିକାକରଣ ସାର୍ଟିଫିକେଟ ନେଇ ଆସିବେ । ଯିଏ ଯେଉଁ ତାରିଖରେ ପ୍ରଥମ ଡୋଜ ଟିକା ନେଇଥିଲେ, ସେହି ଅନୁସାରେ ତାଙ୍କର ଦ୍ୱିତୀୟ ଡୋଜ ଟିକା ନେବାର ତାରିଖ ଓ ସମୟ ବିଏମସି ପକ୍ଷରୁ ଜାରି କରାଯାଇଛି । ସେହି ତାରିଖ ଓ ସେହି ସମୟରେ ଆସି ନିଜର ଦ୍ୱିତୀୟ ଡୋଜ ନେଇପାରିବେ । କୋୱିନ୍ ୱେବସାଇଟକୁ ଯାଇ ପ୍ରଥମ ଡୋଜ ଟିକା ନେବାର ସାର୍ଟିଫିକେଟକୁ ନେଇ ଟିକାକେନ୍ଦ୍ର ଯିବାକୁ କୁହଯାଇଛି । ଏହି ଟିକାକରଣ ପ୍ରକିୟା କେବଳ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ଅଧୀନରେ ଲାଗୁହେବ ।

Related Articles

Leave a Reply

Your email address will not be published.

Back to top button