ବିଧାନସଭାକୁ ପ୍ରବେଶ କରିବାକୁ କୋଭିଡ ଟେଷ୍ଟ ବାଧ୍ୟତାମୂଳକ

ଭୁବନେଶ୍ଵର : ଆସନ୍ତା ୧୨ ତାରିଖରୁ ବସିବ ବିଧାନସଭାର ଦ୍ଵିତୀୟ ପର୍ୟ୍ୟାୟ ବଜେଟ୍ ଅଧିବେଶନ। ବିଧାନସଭା ଅଧିବେଶନ ପୂର୍ବରୁ କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବିଧାନସଭାକୁ ପ୍ରବେଶ କରିବାକୁ ସମସ୍ତଙ୍କର କୋଭିଡ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ସମସ୍ତଙ୍କର ଆଣ୍ଟିଜେନ ଟେଷ୍ଟ କରାଯିବ। ଟେଷ୍ଟର ୨ ଘଣ୍ଟା ମଧ୍ୟରେ ରିପୋର୍ଟ ଆସିବ। କୋଭିଡ ଟେଷ୍ଟ ରିପୋର୍ଟ ଆସିଲେ ବିଧାନସଭା ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ।

ତେବେ ଏନେଇ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

Related Articles

Leave a Reply

Your email address will not be published.

Back to top button