ବିଜେପିରେ ମିଶିଲେ ଜିତିନ ପ୍ରସାଦ

ନୂଆଦିଲ୍ଲୀ: କଂଗ୍ରେସର ଜଣେ ବରିଷ୍ଠ ନେତା ହାତ ଛାଡ଼ି ପଦ୍ମ ଧରିଛନ୍ତି । କଂଗ୍ରେସ ନେତା  ଜିତିନ ପ୍ରସାଦ ବୁଧବାର ବିଜେପିରେ ମିଶିଛନ୍ତି ।  ଏନେଇ ଆଜି ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ଜିତିନି ପ୍ରସାଦ ବିଧିବଦ୍ଧଭାବେ ବିଜେପିରେ ସାମିଲ ହୋଇଛନ୍ତି ।  ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଖୁବ ନିକଟର ଥିଲେ  ଜିତିନ ପ୍ରସାଦ । ସେ ପୂର୍ବତନ ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ଥିଲେ ।  ମନମୋହନ ସିଂହଙ୍କ ମନ୍ତ୍ରିମଣ୍ଡଳରେ ଜିତିନ ରାଷ୍ଟ୍ରମନ୍ତ୍ରୀ ଥିଲେ ।  ଦିବଂଗତ ବରିଷ୍ଠ କଂଗ୍ରେସ ନେତା ଜିତେନ୍ଦ୍ର ପ୍ରସାଦଙ୍କ ପୁଅ ଜିତିନ ରାଜୀବ ଗାନ୍ଧୀ ଓ ନରସିଂହ ରାଓଙ୍କ ରାଜନୈତିକ ପରାମର୍ଶଦାତା ଥିଲେ । କୁହାଯାଇଛି କି ଜିତୀନ ପ୍ରସାଦ କିଛିଦିନ ହେବ ଦଳର ହାଇକମାଣ୍ଡଙ୍କ ଉପରେ ସନ୍ତୋଷ୍ଟ ନଥିଲେ । ସେ ଦଳ ଭିତରେ ଚାଲିଥିବା ବିଭିନ୍ନ ବିଶୃଙ୍ଖଳାକୁ ନେଇ ହାଇକମାଣ୍ଡଙ୍କ ପାଖରେ ଅଭିଯୋଗ କରିଥିଲେ ବି ହାଇକମାଣ୍ଡ ଏହା ଉପରେ କୌଣସି ବିଚାର କରି ନଥିଲେ । ଏହି କାରଣରୁ ସେ ଆଜି ବିଜେପିରେ ସାମିଲ ହୋଇଥିବା ଜଣାପଡିଛି । କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କ ଉପସ୍ଥିତିରେ ଜିତିନ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିରେ ଯୋଗ ଦେବା ପୂର୍ବରୁ ଆଜି ସକାଳେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନକୁ ଯାଇ ତାଙ୍କ ସହ ସାକ୍ଷାତ୍ କରିଥିଲେ।

Related Articles

Leave a Reply

Your email address will not be published.

Back to top button