ବର୍ବରତାର ସୀମା ଟପିଲା ସାନଭାଇ

ବଲାଙ୍ଗିର:  ପାରିବାରିକ କଳହ ଯେ କେତେ ବଡ଼ ଭୟଙ୍କର ରୂପ ନେଇପାରେ ତା’ର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି । ସାନ ଓ ବଡ଼ ଭାଇଙ୍କ ମଧ୍ୟରେ ଲାଗି ରହିଥିବା କଳହ ଶେଷରେ ହତ୍ୟାକାଣ୍ଡରେ ଶେଷ ହୋଇଛି ।  ବଡ଼ଭାଇକୁ ଅତି ବିଭତ୍ସଭାବେ ସାନ ଭାଇ ହତ୍ୟା କରିଛି ।  ଶୋଇଥିବାବେଳେ ସାନ ଭାଇ ପ୍ରଥମେ ବଡ଼ ଭାଇର ମୁଣ୍ଡକୁ ଲୁହା ରୋଡରେ ପିଟିଥିଲା ।  ଲୁହା ରଡରେ ମୁଣ୍ଡକୁ ପିଟିବା ପରେ ବଡ଼ ଭାଇକୁ ଛାତ ତଳକୁ ଫୋପାଡ଼ି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ବଡ଼ ଭାଇର ମୃତ୍ୟୁ ଘଟିଥିଲା । ବଲାଙ୍ଗୀର ସଦର ଥାନା କୁସମିଲ ଗାଁରେ ଘରୋଇ କଳହକୁ କେନ୍ଦ୍ର କରି ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ।  ଏନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାନଭାଇକୁ ଥାନାରେ ଅଟକ ରଖିଛି ।

Related Articles

Leave a Reply

Your email address will not be published.

Back to top button