ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଚାପୁଡ଼ା: ୨ ଗିରଫ

ପ୍ୟାରିସ: ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ କୋରୋନା ଦୂର ହେବା ପରେ ଦେଶର ଲୋକେ କିପରି ଅଛନ୍ତି, ତାହା ଜାଣିବା ପାଇଁ କ୍ଷେତ୍ର ପରିଦର୍ଶନ କରୁଥିଲା ବେଳେ ଆକ୍ରମଣର ଶିକାର ହୋଇଛନ୍ତି। ମାକ୍ରନ ଜଣେ ସାଧାରଣ ନାଗରିକଙ୍କ ସହ ହାତ ମିଳାଇ ସ୍ବାଗତ କରୁଥିଲା ବେଳେ ସେହି ବକ୍ତି ଜଣଙ୍କ ମାକ୍ରନଙ୍କୁ ଏକ ଚାପୁଡ଼ା ମାରିଥିଲା। ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମଚାରୀ ସଙ୍ଗେସଙ୍ଗେ ଚାପୁଡ଼ା ମାରିଥିବା ବ୍ୟକ୍ତିକୁ କାବୁ କରିବା ସହ ମାକ୍ରନଙ୍କୁ ସୁରକ୍ଷିତ ଦୂରତାକୁ ନେଇ ଯାଇଥିଲେ। ଏହାପରେ ମାକ୍ରନ ସେହି ସ୍ଥାନ ନ ଛାଡ଼ି ଉପସ୍ଥିତ ଥିବା ଲୋକମାନଙ୍କୁ କୋରୋନା ପରବର୍ତ୍ତୀ ସ୍ଥିତି ନେଇ ଅବଗତ କରାଇଥିଲେ।

ଘଟଣାକୁ ନିନ୍ଦା କରିଛନ୍ତି ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଜିନ କାଷ୍ଟେକ୍ସ। ଏହା ଘଟଣା ଗଣତନ୍ତ୍ରର ବିରୁଦ୍ଧାଚରଣ କରୁଛି ବୋଲି ସେ କହିଛନ୍ତି। ଏଠାରେ ସୂଚନାଯୋଗ ଯେ ମାକ୍ରନ ଦକ୍ଷିଣ-ପୂର୍ବ ଫ୍ରାନ୍ସର ଡ୍ରୋମ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ଅବସ୍ଥା ବୁଝିବାକୁ ଯାଇଥିଲା ବେଳେ ଜଣେ ସାଧାରଣ ଲୋକ ତାଙ୍କୁ ଚାପୁଡ଼ା ମାରିଛନ୍ତି। ଚାପୁଡ଼ା ମାରିଥିବା ବ୍ୟକ୍ତିଙ୍କ ସହ ଆଉ ୨ ଜଣଙ୍କୁ ଗିରଫ କରାଯାଇଛି। ମାତ୍ର ଚାପୁଡ଼ା ମାରିବା ପଛର କାରଣ କ’ଣ ଜଣାପଡ଼ି ନାହିଁ।

Related Articles

Leave a Reply

Your email address will not be published.

Back to top button