ଫ୍ରାନ୍ସରେ ତୃତୀୟ ପର୍ଯ୍ୟାୟ ଲକଡାଉନ

ଫ୍ରାନ୍ସ: ଫ୍ରାନ୍ସରେ କରୋନାର ତୃତୀୟ ଲହରୀ ଆରମ୍ଭ ହୋଇଛି । ରାଜଧାନୀ ପ୍ୟାରିସ ସମେତ ଅନ୍ୟ କେତେକ ସହରରେ କରୋନା ସଂକ୍ରମଣ ମାମଲା ବଢ଼ିବାରୁ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଦେଶବ୍ୟାପୀ ତୃତୀୟ ପର୍ଯ୍ୟାୟ ଲକଡାଉନ ଘୋଷଣା କରିଛନ୍ତି । ଶନିବାର ଠାରୁ ଏହା ଲାଗୁ ହେବ ଏବଂ ଏହି ଲକଡାଉନ ୧ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ । ଦେଶବାସୀ ଏଥିରେ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି । ଦେଶବାସୀଙ୍କୁ ଏକ ଭିିଡିଓ ବାର୍ତ୍ତା ଦେଇ ମାକ୍ରନ କହିଛନ୍ତି ଏବେଠାରୁ ଯଦି ପଦକ୍ଷେପ ନ ନେବା ତେବେ ଆଗକୁ ଆମକୁ ବହୁତ କିଛି ହରାଇବାକୁ ପଡ଼ିବ ।

ଚଳିତ ବର୍ଷ ଆରମ୍ଭରୁ ଦେଶରେ ସଂକ୍ରମଣ ହାର ବଢ଼ିବାରେ ଲାଗିଥିବା ବେଳେ ବିଶେଷଜ୍ଞ କମିଟି ଲକଡାଉନ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲା । ତଥାପି ମାକ୍ରନ ଦେଶବ୍ୟାପୀ ଲକଡାଉନ ଲାଗୁ କରିବାକୁ ଚାହୁଁନଥିଲେ । କାରଣ ଲକଡାଉନ ଲାଗୁ ହେଲେ ଦେଶର ଅର୍ଥନୀତି ବିପୁଳ କ୍ଷତିର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ଦେଶବ୍ୟାପୀ ଲକଡାଉନ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । 

Related Articles

Leave a Reply

Your email address will not be published.

Back to top button