ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର

ଭୁବନେଶ୍ବର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡ଼ଭରଣ୍ଡି ପଞ୍ଚାୟତର ଅଲେଖ ମହିମା ମନ୍ଦିର ପରିସରରେ ଥିବା ରୋଷେଇ ଘର ଭିତରୁ ପ୍ରେମୀ ଯୁଗଳଙ୍କ ଝୁଳନ୍ତା ଶବ ଉଦ୍ଧାର ହୋଇଛି । ଯୁବକ ଜଣକ ସ୍ଥାନୀୟ ଜଗଦୀଶ କଲାରଙ୍କ ପୁଅ ପ୍ରଫୁଲ୍ଲ କଲାର ହୋଇଥିବା ବେଳେ ଯୁବତୀଙ୍କ ପରିଚୟ ଜଣାପଡ଼ିନାହିଁ । ଯୁବତୀଙ୍କ ନିକଟରୁ ଏକ ସୁଇସାଇଡ୍ ନୋଟ୍ ମିଳିଛି । ସେଥିରେ ଯୁବତୀ ଜଣକ ଇଂରାଜୀ ଲେଖା ହିନ୍ଦୀ ଭାଷାରେ ମେରେ ପ୍ୟାରେ ପୂର୍ଣ୍ଣିମା, ଏକ ମୋବାଇଲ୍ ନମ୍ବର, ମେ ଜା ରହା ହୁ, ଲଭ ୟୁ ମାଆ ଲେଖିଛନ୍ତି । ପାରିପାଶ୍ୱର୍ିକ ପରିସ୍ଥିତିକୁ ଦେଖିଲେ ଏହା ଏକ ଆତ୍ମହତ୍ୟା ବୋଲି ଚର୍ଚ୍ଚା ଜୋର୍ ଧରିଛି । ପୁଅର ବାପା ଝିଅକୁ ଚିହ୍ନି ନଥିଲେ ମଧ୍ୟ ପୁଅ ଭଲ ପାଉଥିବ ବୋଲି ସନ୍ଦେହ କରିଛନ୍ତି । ତାଙ୍କ ପୁଅ ଗାଡ଼ି ଚଳାନ୍ତିି । ଦୀର୍ଘ ଦିନ ହେଲା ଘରକୁ ଆସି ନ ଥିଲା ବୋଲି କହିଛନ୍ତି । ଘଟଣା ସ୍ଥଳରେ ଉମରକୋଟ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି ।

Related Articles

Leave a Reply

Your email address will not be published.

Back to top button