ପ୍ରବାସୀ ଓଡ଼ିଆଙ୍କ ପାଇଁ ହେବ ସ୍ୱତନ୍ତ୍ର ଗାଇଡ଼ଲାଇନ

ଭୁବନେଶ୍ୱର: ପଡେ଼ାଶୀ ରାଜ୍ୟରୁ ପ୍ରବାସୀ ଓଡ଼ିଆ ଫେରିଲେ ସେମାନଙ୍କୁ ହୋମ ଆଇସୋଲେସନରେ ରଖାଯାଉଛି । ସୀମାରେ ଚେକିଂକୁ କଡ଼ାକଡ଼ି କରାଯାଇଛି । ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି, ଯେଉଁ ପ୍ରବାସୀ ଶ୍ରମିକମାନଙ୍କ ନେଗେଟିଭ ରିପୋର୍ଟ ଆସୁଛି ସେମାନଙ୍କୁ କେବଳ ରାଜ୍ୟ ଭିତରକୁ ଆସିବା ପାଇଁ ଅନୁମତି ଦିଆଯାଉଛି । ଯେଉଁମାନେ ରିପୋର୍ଟ ନେଇ ଆସୁନାହାନ୍ତି ସେମାନଙ୍କୁ ଏକାନ୍ତବାସରେ ରହିବାକୁ ବ୍ୟବସ୍ଥା କରାଯାଇଛି ।

କରୋନା ମହାମାରୀ ପାଇଁ ଗତଥର ଲୋକେ ଯେତିକି ଭୟ କରୁଥିଲେ ସେପରି ଭୟ ଆଉ ଲୋକଙ୍କ ଭିତରେ ନାହିଁ । ଛତିଶଗଡରୁ କିଛି ଲୋକ ଚାଲିଆସିବାରୁ ପଶ୍ଚିମ ଓଡ଼ିଶାରେ କିଛି ଜିଲ୍ଲାରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଇଛି । ସରକାର ଏଥିପାଇଁ ସମ୍ପୂର୍ଣ୍ଣ ସଜାଗ ଅଛନ୍ତି । ପ୍ରବାସୀ ଶ୍ରମିକ ଫେରିବା ପରେ ସେମାନଙ୍କୁ ପରୀକ୍ଷା କରାଯାଉଛି । ଆଗକୁ ପ୍ରବାସୀ ଓଡ଼ିଆଙ୍କ ପାଇଁ ଗୋଟିଏ ସ୍ୱତନ୍ତ୍ର ଗାଇଡଲାଇନ କରାଯିବ । ଅସ୍ଥାୟୀ ମେଡିକାଲ କେନ୍ଦ୍ର ବା ଟିଏମସି ପ୍ରସ୍ତୁତ କରି ରଖିବା ପାଇଁ ଏବେଠାରୁ ନିର୍ଦ୍ଦେଶ ଦିଆଗଲାଣି । କିଛି ରାଜ୍ୟରେ ସଂକ୍ରମଣ ଅଧିକ ମାତ୍ରରେ ବଢ଼ିଛି । ସମ୍ପୃକ୍ତ ରାଜ୍ୟରୁ କିଛି ଲୋକ ଆସୁଥିଲେ ବି ସରକାର ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଶ୍ରୀ ସିଂ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button