ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କୋରୋନା ପଜିଟିଭ୍

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କୋରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖା ଦେବାରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ବହୁବିଧ ରୋଗରେ ସେ ପୀଡ଼ିତ ଥିବାରୁ ହସ୍ପିଟାଲରେ ଚିକିତ୍ସିତ ହେବାର ଆବଶ୍ୟକତା ରହିଛି ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ୨୦୦୯ରେ ତାଙ୍କର ବାଇପାସ୍ ସର୍ଜରୀ ହୋଇଥିଲା। ତେଣୁ ତାଙ୍କର ଏକାଧିକ ସମସ୍ୟା ରହିଛି। ତେଣୁ ତାଙ୍କୁ ସ୍ବତନ୍ତ୍ର ଭାବେ ଏକ ଡାକ୍ତରୀ ଟିମ ଚିକିତ୍ସା କରୁଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି କୋରୋନା ମୁକାବିଲା ନେଇ ସେ କେତେଗୁଡ଼ିଏ ପରାମର୍ଶ ଦେଇଥିଲେ। ଟିକାକରଣ ପ୍ରକ୍ରିୟାକୁ ଅଧିକ ତ୍ବରାନ୍ବିତ କରିବାକୁ ବି ପରାମର୍ଶ ଦେଇଥିଲେ। ଦିଲ୍ଲୀରେ କୋରୋନା ସ୍ଥିତି ଉଦବେଗଜନକ ରହିଥିଲା ବେଳେ ରାଜ୍ୟ ସରକାର ସେଠାରେ ୬ ଦିନିଆ ଲକଡାଉନ ଘୋଷଣା କରିଛନ୍ତି। ଦିଲ୍ଲୀର ସବୁ ସରକାରୀ ଓ ବେସରକାରୀ ହସ୍ପିଟାଲରେ କୋଭିଡ ପଜିଟିଭ ରୋଗୀ ଭର୍ତ୍ତି ହୋଇଛନ୍ତି। ଅନେକ ଆକ୍ରାନ୍ତ ବେଡ ନ ପାଇଁ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହାକୁ ମୁଖ୍ୟମନ୍ତ୍ରୀ କେଜରିୱାଲ ସ୍ବୀକାର କରିବା ସହ ଲକଡାଉନକୁ ଛୋଟ କଟକଣା କହି ସହଯୋଗ କାମନା କରିଛନ୍ତି। ଏହିପରି ଏକ ଉଦବେଗଜନକ ସ୍ଥିତିରେ ପୂର୍ବତନ ପ୍ରଧାନମନ୍ତ୍ରୀ କୋରୋନା ଆକ୍ରାନ୍ତ ହୋଇ ଏମ୍ସରେ ଭର୍ତ୍ତି ହେବା ଚିନ୍ତା ବଢ଼ାଇ ଦେଇଛି।

Related Articles

Leave a Reply

Your email address will not be published.

Back to top button