ପଟ୍ଟାମୁଣ୍ଡାଇ ସହରରେ ୧୪୪ ଧାରା ଜାରି

ପଟ୍ଟାମୁଣ୍ଡାଇ :କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟମୁଣ୍ଡାଇ ପୌରାଞ୍ଚଳର ୧୧ ନଂ ୱାର୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁଁ ସହରରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ  ୧୪୪ ଧାରା ଜାରି କରାଯାଇଛି । ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ୧୧ ନଂ ୱାର୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷକୁ ନେଇ ବିବାଦ। ଆକ୍ରମଣର ଶିକାର ହୋଇଥିବା ଗୋଟିଏ ଗୋଷ୍ଠୀ ଥାନା ଆଗରେ ଧାରଣା ଦେବା ସହ କାର୍ୟ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ କରିଛନ୍ତି। ଏପରିକି ଲୋକମାନେ ବାଇପାସ,ମେଡିକାଲ ଓ ରାଜନଗର ଛକରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ୧୧ନଂ ୱାର୍ଡରେ ଗତକାଲି ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଗୋଟିଏ ଗୋଷ୍ଠୀ ଅପର ଗୋଷ୍ଠୀ ଲୋକଙ୍କ ଘରେ ପଶି ଆକ୍ରମଣ କରିଥିଲେ। ଏଥିରେ ୧୦ରୁ ଉର୍ଦ୍ଧ୍ଵ ଆହତ ହୋଇଥିବା ବେଳେ ଏନେଇ ପଟ୍ଟାମୁଣ୍ଡାଇ ଥାନାରେ ଏତଲା ଦାୟର କରାଯାଇଥିଲା। ହେଲେ ଏହି ଘଟଣାକୁ ୨୪ଘଣ୍ଟା ପୁରି ଯାଇଥିଲେ ମଧ୍ୟ ପୋଲିସ କାହାକୁ ଗିରଫ କରିନଥିବାରୁ ଆଜି ସ୍ଥାନୀୟ ଶତାଧିକ ମହିଳା ପଟ୍ଟାମୁଣ୍ଡାଇ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବଜାରର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ଆହତମାନଙ୍କୁ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Related Articles

Leave a Reply

Your email address will not be published.

Back to top button