ପଞ୍ଜାବର ୯ଟି ଜିଲାରେ ନାଇଟ୍ କର୍ଫ୍ୟୁ

ଚଣ୍ଡୀଗଡ: ପଞ୍ଜାବରେ କରୋନାର ବଢୁଥିବା ମାମଲାକୁ ଦେଖି ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ୯ଟି ଜିଲାରେ ନାଇଟ୍ କର୍ଫ୍ୟୁ ଲଗାଇବାର ଘୋଷଣା କରିଛନ୍ତି। ଏହି ନାଇଟ୍ କର୍ଫ୍ୟୁ ରାତି ୯ଟାରୁ ସକାଳ ୫ଟା ପର୍ୟ୍ୟନ୍ତ ଲାଗୁ ରହିବ। ପୂର୍ବରୁ ଏହା ରାତି ୧୧ଟା ରୁ ଲାଗୁ ହେଉଥିଲା। ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ  ଗୁରୁବାର କହିଛନ୍ତି, ନାଇଟ୍ କର୍ଫ୍ୟୁର ଗାଇଡଲାଇନ୍ ସନ୍ଧ୍ୟା ପର୍ୟ୍ୟନ୍ତ ଜାରି କରିଦିଆଯିବ, ଏହି ନାଇଟ୍ କର୍ଫ୍ୟୁ ସ୍ଥିତି ଉପରେ ନିୟନ୍ତ୍ରଣ ରଖିବା ପର୍ୟ୍ୟନ୍ତ ଜାରି ରହିବ।

ଆଜି ରାତି ୯ଟାରୁ ଏହି କର୍ଫ୍ୟୁ ଲାଗୁ କରିଦିଆଯିବ। ଏହା ସହିତ ରାଜ୍ୟ​‌ରେ ଲୋକଙ୍କ ପାଇଁ ମାସ୍କ ପିନ୍ଧିବା, ସାମାକିଜ ଦୂରତ୍ବ ପାଳନ କରିବା ସହିତ କରୋନାର ଅନ୍ୟ ଗାଇଡଲାଇନ୍ ପାଳନ କରିବା ବାଧ୍ୟତାମୂଳକ ହେବ। ଉଲ୍ଲେଖନୀୟ ଯେ, ପଞ୍ଜାବରେ କରୋନାର ପ୍ରକୋପ ଲଗାତାର ଭାବରେ ବଢିବାରେ ଲାଗିଛି। ଏହା କାରଣରୁ  ୩୫ ଜଣଙ୍କର ମୃତ୍ୟୁ ହୋଇସାରିଛି ଓ ୨୦୩୯ ନୂଆ ସଂକ୍ରମଣ ମାମଲା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ସବୁଠାରୁ ଅଧିକ ୨୭୭ ଟି ନୂଆ କେସ୍ ଜଳନ୍ଦର ଜିଲ୍ଲାରୁ ଆସିଛି।

Related Articles

Leave a Reply

Your email address will not be published.

Back to top button