ନୂଆପଡ଼ାବାସୀଙ୍କୁ ଛତିଶଗଡ଼ ମନା

ଭୁବନେଶ୍ୱର: ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି ।  ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ବୃଦ୍ଧି ପାଉଛି । ବର୍ତ୍ତମାନ ସ୍କୁଲ ଓ କଲେଜରେ କରୋନା ସଂକ୍ରମିତ ଚିହ୍ନଟ ଖବର ସାମନାକୁ ଆସୁଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି ।  ତାହା ହେଲା ଏଣିକି ନୂଆପଡ଼ାବାସୀଙ୍କୁ ଛତିଶଗଡ଼ ମନା । 

କରୋନା ସଂକ୍ରମଣ ପାଇଁ ନୂଆପଡ଼ାବାସୀ ଏଣିକି ଛତିଶଗଡ଼ ଯାଇପାରିବେ ନାହିଁ ।  ଏହି ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ନୂଆପଡ଼ାରୁ ଛତିଶଗଡ଼କୁ ବସ ଚଳାଚଳକୁ ବନ୍ଦ କରାଯାଇଛି । ଏଥିସହ ମାଇକ ଯୋଗେ ପ୍ରଚାର କରାଯାଇ ଏ ବାବଦରେ ଲୋକଙ୍କୁ ସଚେତନ କରାଯାଉଥିବା  ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । 

Related Articles

Leave a Reply

Your email address will not be published.

Back to top button