ନବମ ଓ ଏକାଦଶ ଶ୍ରେଣୀ ପାଇଁ ବନ୍ଦ ହେବନି ସ୍କୁଲ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ବନ୍ଦ ହେବନି ସରକାରୀ ସ୍କୁଲ ବୋଲି  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି, କୋଭିଡ୍ ପାଇଁ ରାଜ୍ୟରେ ଏବେ ନବମ ଏବଂ ଏକାଦଶ ଶ୍ରେଣୀର କ୍ଲାସ ବନ୍ଦ ହେବ ନାହିଁ । ଏବେ ରାଜ୍ୟର କେବଳ କିଛି ବେସରକାରୀ ଶିକ୍ଷାନୁଷ୍ଠାନରୁ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସରକାରୀ ଶିକ୍ଷାନୁଷ୍ଠାନରେ କିନ୍ତୁ ଏସଓପିକୁ ପାଳନ କରାଯାଇ କ୍ଲାସ ହେଉଛି । ସରକାରୀ ଶିକ୍ଷାନୁଷ୍ଠାନରୁ ଏଯାବତ କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ତେଣୁ ସରକାରୀ ସ୍କୁଲକୁ ବନ୍ଦ କରିବାକୁ ଏଯାଏଁ କୌଣସି ନିଷ୍ପତ୍ତି ହୋଇନି ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ରାଜ୍ୟର କିଛି ଶିକ୍ଷାନୁଷ୍ଠାନରୁ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପରେ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବାକୁ ସରକାରୀ ଯୋଜନା ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଥିଲା। ହେଲେ ଗଣଶିକ୍ଷା ମନ୍ତ୍ରୀ କିନ୍ତୁ ସେଭଳି କୌଣସି ନିଷ୍ପତ୍ତି ନିଆଯାଇନଥିବା କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button