ଧୋନିଙ୍କ ଘରେ ନୂଆ ଅତିଥି ଚେତକ

ରାଞ୍ଚି: ଜୀବଜନ୍ତୁଙ୍କ ପ୍ରତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭଲ ପାଇବା କାହାକୁ ଅଛପା ନାହିଁ । ଧୋନି ଏବେ ନିଜ ଫାର୍ମ ହାଉସରେ ଆଉ ଜଣେ ନିଆରା ଅତିଥିଙ୍କୁ ସ୍ୱାଗତ କରିଛନ୍ତି । ଏହି ଅତିଥିଙ୍କ ନାଁ ସେ ଚେତକ ରଖିଛନ୍ତି । ଚେତକ ହେଉଛି ଏକ କଳା ରଙ୍ଗର ଘୋଡ଼ା । ଯିଏ ଧୋନିଙ୍କ ଫାର୍ମ ହାଉସରେ ଥିବା ବେଲଜିଆନ୍ ବ୍ରିଡର କୁକୁର ସହ ଭେଟି ଏବେ ବେଶ ଖୁସି ଅଛି । ଏହି ଦୁଇ ଜଣଙ୍କ ଛଡ଼ା ଧୋନିଙ୍କ ଫାର୍ମ ହାଉସରେ ଲିଲି, ଗବ୍ବର ଓ ଜୋୟା ନାମରେ ତିନିଟି କୁକୁର ମଧ୍ୟ ଅଛନ୍ତି । ଏମାନଙ୍କୁ ଧୋନି, ପତ୍ନୀ ସାକ୍ଷୀ ଓ ଝିଅ ଜିଭା ବେଶ ସ୍ନେହ କରନ୍ତି ।

ଚେତକକୁ ନେଇ କରିଥିବା ଏକାଧିକ ଭିଡିଓ ବି ସାକ୍ଷୀ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଛନ୍ତି । ଚେତକର ଭିଡିଓ ପ୍ରକାଶ କରି “ଚେତକ ତୁମକୁ ଆମ ଘରକୁ ସ୍ୱାଗତ” ବୋଲି ମଧ୍ୟ ସାକ୍ଷୀ ଲେଖିଛନ୍ତି । ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗ୍ସ ସାଥୀ ରବୀନ୍ଦ୍ର ଜାଦେଜା ମଧ୍ୟ ଜାମନଗରସ୍ଥିତ ନିଜ ଫାର୍ମ ହାଉସରେ ଚାରିଟି ସୁନ୍ଦର ଘୋଡ଼ା ରଖିଛନ୍ତି । ଘୋଡ଼ା ଚଢ଼ୁଥିବାର ଅନେକ ଭିଡିଓ ବି ସେ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପ୍ରକାଶ କରନ୍ତି ।

Related Articles

Leave a Reply

Your email address will not be published.

Back to top button