ଧର୍ମେନ୍ଦ୍ରଙ୍କ ଏରିଏଲ ସର୍ଭେ

ଭୁବନେଶ୍ୱର:  ଓଡ଼ିଶାରେ ବାତ୍ୟା ‘ୟଶ’ ଦ୍ୱାରା ପ୍ରଭାବିତ ଅଞ୍ଚଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଏରିଏଲ ସର୍ଭେ କରିଛନ୍ତି ।  ବାତ୍ୟା ପ୍ରଭାବିତ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ ବାସୁଦେବପୁର ଅଞ୍ଚଳରେ ଶ୍ରୀ ପ୍ରଧାନ ଏରିଏଲ ସର୍ଭେ କରିଛନ୍ତି ।  ଶ୍ରୀ ପ୍ରଧାନ ଧାମରାରେ ଅବତରଣ ପରେ ସମିପାଟିଆରେ ବାତ୍ୟା ପ୍ରପୀଡ଼ିତ ଲୋକଙ୍କ ସହ ଆଲୋଚନା କରିଛନ୍ତି । ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଶୁକ୍ରବାର  ଭୁବନେଶ୍ୱରରେ ବାତ୍ୟା ‘ୟଶ’ ଜନିତ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିଥିଲେ ।  ପରେ ସେ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକେପ୍ଟରରେ ମୋଦୀ ଆକାଶ ମାର୍ଗରୁ  ବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଭଦ୍ରକ ଓ ବାଲେଶ୍ୱରର ସ୍ଥିତି ପରିଦର୍ଶନ କରିଥିଲେ ।  ବାତ୍ୟାଞ୍ଚଳ ବୁଲି ଦେଖିବା ପରେ ମୋଦୀ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଓଡ଼ିଶା ପାଇଁ ୫୦୦ କୋଟିର ଆର୍ଥିକ ସହାୟତା ଘୋଷଣା କରିଥିଲେ ।

Related Articles

Leave a Reply

Your email address will not be published.

Back to top button