ଦିଲ୍ଲୀ ହତ୍ୟାକାଣ୍ଡ ମାମଲାରେ ସୁଶୀଲ କୁମାର

ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀର ଛତ୍ରଶାଳ ଷ୍ଟାଡିୟମ୍‌ରେ ଘଟିଥିବା କୁସ୍ତିଯୋଦ୍ଧା ହତ୍ୟାକାଣ୍ଡ ମାମଲାରେ ଅଲିମ୍ପିକ୍‌ ପଦକ ବିଜେତା ସୁଶୀଲ କୁମାରଙ୍କ ନାମ ଛନ୍ଦି ହୋଇଯାଇଛି। ଥାନାରେ ଦିଆଯାଇଥିବା ଏଫଆଇଆର୍‌ରେ ସୁଶୀଲଙ୍କ ନାମ ରହିଥିବା ଜଣାପଡ଼ିଛି। ତଦନ୍ତରୁ ଜଣାପଡିଛି ଯେ ସୁଶୀଲ କୁମାର, ଅଜୟ, ପ୍ରିନ୍ସ ଦଲାଲ, ସୋନୁ, ସାଗର, ଅମିତ କୁମାର ଓ ଅନ୍ୟମାନେ ଛତ୍ରଶାଳ ଷ୍ଟାଡିୟମ୍‌ର ପାର୍କିଂ ଅଞ୍ଚଳରେ ଗଣ୍ଡଗୋଳରେ ଲିପ୍ତ ଥିଲେ। ଦେଶର ଏକମାତ୍ର କ୍ରୀଡ଼ାବିତ୍‌ ଭାବେ ଦୁଇଟି ବ୍ୟକ୍ତିଗତ ଅଲିମ୍ପିକ ପଦକ ଜିତିଥିବା ସୁଶୀଲ କୁମାର ମଧ୍ୟ ୨୦୧୭ ମସିହାରେ ପ୍ରବୀଣ କୁମାର ନାମକ ଜଣେ କୁସ୍ତିଯୋଦ୍ଧାଙ୍କ ସହ ଗଣ୍ଡଗୋଳ କରିଥିବାର ପୁର୍ବ ରେକର୍ଡ ରହିଛି। ମଡେଲ୍‌ ଟାଉନ୍ ଥାନା ପୁଲିସ୍‌ ଅଧିକାରୀମାନେ ମଙ୍ଗଳବାର ଓ ବୁଧବାର ରାତିରେ ମଧ୍ୟ ତଦନ୍ତ କରିବା ପରେ ସୁଶୀଲଙ୍କ ସମ୍ପୃକ୍ତି ନେଇ ବିଶ୍ବାସ କରୁଛନ୍ତି। ଘଟଣାସ୍ଥଳରେ ୫ଟି କାର ମଧ୍ୟ ଭଙ୍ଗାରୁଜା ଅବସ୍ଥାରେ ରହିଛି। ସେମାନେ ମଧ୍ୟ ବଂଧୁକ ଓ ଜୀବନ୍ତ ଗୁଳି ଜବତ କରିଛନ୍ତି। ଗଣ୍ଡଗୋଳରେ ଜଣେ ୨୩ ବର୍ଷୀୟ କୁସ୍ତିଯୋଦ୍ଧା ସାଗରଙ୍କ ମୃତ୍ୟୁ ଘଟିଥିଲା ବେଳେ ତାଙ୍କର ୩ ବନ୍ଧୁ ଆହତ ହୋଇଛନ୍ତି। ଅଭିଯୁକ୍ତଙ୍କ ନାମରେ ୩୦୨, ୩୬୫, ୧୨୦ (ବି) ଆଇପିସି ଧାରାରେ ମାମଲା ରୁଜୁ ହୋଇଛି।

Related Articles

Leave a Reply

Your email address will not be published.

Back to top button