ଦିଲ୍ଲୀରେ କରୋନା ସ୍ଥିତି ଅଣାୟତ୍ତ, ୬ ଦିନ ଯାଏ ଲକଡାଉନ ଘୋଷଣା

ନୂଆଦିଲ୍ଲୀ : ୬ ଦିନ ପର୍ଯ୍ୟନ୍ତ ଲକଡାଉନ ଘୋଷଣା | ଆଜି ରାତି ୧୦ ଟାରୁ ଆସନ୍ତା ସୋମବାର ସକାଳ ୫ ଟା ଯାଏ ଦିଲ୍ଲୀରେ ଲକଡାଉନ | ଦିଲ୍ଲୀବାସୀଙ୍କୁ ସହଯୋଗ କରିବାପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ | କରୋନା ସଂକ୍ରମଣ ଦିନକୁ ଦିନ ଦ୍ରୁତଗତିରେ ବଢୁଥିବା ନେଇ ଦିଲ୍ଲୀରେ ୬ ଦିନିଆ ଲକଡାଉନ ଘୋଷଣା କରିବାକୁ ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ | ଉପରାଜ୍ୟପାଳଙ୍କ  ସହ ଆଲୋଚନା ପରେ ଏଭଳି ନିଷ୍ପତି ନେଇଛନ୍ତି  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ | ଆଜି ରାତି ୧୦ଟାରୁ ଆସନ୍ତା ସୋମବାର ଅର୍ଥାତ ୨୬ ଏପ୍ରିଲ ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ  ଆଉ ତା’ ସହ ଜନସାଧାରଣଙ୍କ ଯାତାୟତ କୁ ନେଇ ବିଭିନ୍ନ କ୍ଷେତ୍ରରେ କଟକଣା ମଧ୍ୟ ଲଗାଯାଇଛି  | ଏକ ସାମ୍ବାଦିକ ସମ୍ମିଳନୀ କରି ଲକଡାଉନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ | ସେ କହିଛନ୍ତି,”ଦିଲ୍ଲୀରେ ଦୈନିକ ହାରାହାରି ୨୫୦୦୦ ସଂକ୍ରମିତ ଚିହ୍ନଟ ହେଉଛନ୍ତି |

କରୋନା ସ୍ଥିତି ସଙ୍ଗୀନ ହେବା କାରଣରୁ ଏଭଳି ପଦକ୍ଷେପ ନେବାକୁ ସରକାର ବାଧ୍ୟ ହୋଇଛନ୍ତି । ଏଥିପାଇଁ ଦିଲ୍ଲୀ ନ ଛାଡିବା ପାଇଁ  ପରାମର୍ଶ ଦେବା ସହ ଦିଲ୍ଲୀବାସୀଙ୍କ ସହଯୋଗ ପାଇଁ ଅନୁରୋଧ କରିଛନ୍ତି | ବର୍ତମାନ ଅଧିକ ସଂଖ୍ୟରେ ଟେଷ୍ଟ କରାଯାଉଛି ଆଉ  ସଂକ୍ରମଣ ଯେଉଁଭଳି ଭାବେ ବଢୁଛି ଯଦି ଲକଡାଉନ କରାନଯାଏ ତେବେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଷୁଡିଯିବ । ତେଣୁ ଲକଡାଉନ ସମୟରେ ଅସ୍ଥାୟୀ ହସ୍ପିଟାଲ ଓ ବେଡ ସଂଖ୍ୟା ବୃଦ୍ଧି କରାଯିବ ବୋଲି ଯୋଜନା କରାଯାଇଛି |” କେଜ୍ରିୱାଲ  ଆହୁରି ମଧ୍ୟ କହିଛନ୍ତି କି, ”ଲକଡାଉନ ସମୟରେ ସମସ୍ତ ପ୍ରକାର ଜରୁରୀ ସେବା ଜାରି ରହିବ । କିନ୍ତୁ ସମସ୍ତ ମଲ, ଅଡିଟୋରିୟମ, ପାର୍କ, ଜିମ୍,ସ୍ପା ବନ୍ଦ ରହିବ | ହୋଟେଲରେ ଖାଇବା ଉପରେ ରୋକ ଲାଗିଥିବା ବେଳେ ହୋମ ଡେଲିଭରିକୁ ଅନୁମତି ମିଳିଛି । ଏତାଦ ବ୍ୟତୀତ ସମସ୍ତ ସରକାରୀ ଅଫିସ ଅଧା କର୍ମଚାରୀଙ୍କୁ ନେଇ ଚାଲିବ ଏବଂ ବେସରକାରୀ ସଂସ୍ଥା ୱାର୍କ ଫର୍ମ ହୋମ ଯୋଗେ କାର୍ଯ୍ୟ କରିବେ | ତତ ସଂଗେ ସଂଗେ  ଜରୁରୀ ସେବା ସହ ଜଡିତ କର୍ମଚାରୀଙ୍କ ଉପରେ କଟକଣା  ନାହିଁ ଏବଂ ରେଳଷ୍ଟେସନ, ବସ ଷ୍ଟାଣ୍ଡ , ବିମାନବନ୍ଦର ଯାଉଥିବା ଲୋକଙ୍କ ଉପରେ କୌଣସି କଟକଣା ରହିବନି |”

Related Articles

Leave a Reply

Your email address will not be published.

Back to top button