ଦିଲ୍ଲୀରେ ଆଉ ସପ୍ତାହେ ବଢ଼ିଲା ଲକଡାଉନ୍

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ପୁଣି ବଢ଼ିଲା ଲକଡାଉନ୍ । ରାଜ୍ୟର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଦିଲ୍ଲୀରେ ଲକଡାଉନକୁ ଆଉ ସପ୍ତାହେ ବଢ଼ାଇ ଦେଇଛନ୍ତି । ଅର୍ଥାତ୍ ଦିଲ୍ଲୀରେ ଏବେ ଲକଡାଉନ୍ ମେ’ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ। ଏଥର ଲକଡାଉନରେ ଦିଲ୍ଲୀ ମେଟ୍ରୋ ମଧ୍ୟ ବନ୍ଦ ରହିବ । କେଜ୍ରିୱାଲ୍ କହିଛନ୍ତି, ଦିଲ୍ଲୀରେ ଲକଡାଉନକୁ ଆଉ ସପ୍ତାହେ ବଢ଼ା ଯାଉଛି, ଯାହା ଆସନ୍ତା ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ରହିବ । ଦିଲ୍ଲୀରେ ଆସନ୍ତାକାଲିଠାରୁ ମେଟ୍ରୋ ଚଳାଚଳ ମଧ୍ୟ ବନ୍ଦ ରହିବ । ଏହାଛଡ଼ା ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଦିଲ୍ଲୀରେ ଏପ୍ରିଲ୍ ୨୬ ତାରିଖ ପରେ କରୋନା ମାମଲା କମିବା ଆରମ୍ଭ ହୋଇଛି ।

ଗତ ଦିନେ-ଦୁଇ ଦିନ ହେବ ପଜିଟିଭ୍ ହାର ୩୫ରୁ ୨୩ ପ୍ରତିଶତ ହୋଇଛି । ଏହା ଦିଲ୍ଲୀ ବାସିନ୍ଦାଙ୍କ ପାଇଁ ଆଶ୍ୱସ୍ତିକର ଖବର। ଅନ୍ୟପକ୍ଷରେ ଜିଲ୍ଲୀର ସାଧାରଣ ଜନତା ଓ ସମସ୍ତ ସଂଗଠନଙ୍କ ପରାର୍ମଶ ପରେ ମୁଖ୍ୟମନ୍ତ୍ରୀ ଲକଡାଉନକୁ ବଢ଼ାଇଛନ୍ତି। ଏଥର ଲକଡାଉନ୍ ପୂର୍ବ ତୁଳନାରେ ଅଧିକ କଡ଼ାକଡ଼ି ହେବ।ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଆମର ଚିକିତ୍ସା ଭିତ୍ତିଭୂମିକୁ ବଢ଼ାଇବା ଓ ବିଭିନ୍ନ ସ୍ଥାନରେ ଅକ୍ସିଜେନ୍ ବେଡ୍ ବଢ଼ାଇବା ପାଇଁ ଲକଡାଉନ୍ ଅବଧିର ଉପଯୋଗ କରିଛୁ। ଦିଲ୍ଲୀରେ ଅକ୍ସିଜେନର ସ୍ଥିତିରେ ସୁଧାର ହେଉଛି।

Related Articles

Leave a Reply

Your email address will not be published.

Back to top button