ଡ୍ରଗ୍ସ କାରବାର: ଏଜାଜ ଖାନ୍ ଗିରଫ

ମୁମ୍ବାଇ :  ଡ୍ରଗ୍ସ କାରବାର ମାମଲାରେ ଏନସିବି  ମୁମ୍ବାଇରୁ ଏଜାଜ ଖାନଙ୍କୁ ଗିରଫ କରିଛି । ଦୀର୍ଘ ଆଠ ଘଣ୍ଟାର ପଚରାଉଚରା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏଜାଜଙ୍କୁ ଗିରଫ କରିଛି ।  ପୂର୍ବରୁ ତାଙ୍କୁ ୨୦୧୮ ମସିହାରେ ମଧ୍ୟ ଗିରଫ କରାଯାଇଥିଲା। ଏନସିବି ସୂତ୍ରରୁ ପ୍ରକାଶ ଯେ ମୁମ୍ବାଇର ଡ୍ରଗ୍ସର ସବୁଠାରୁ ବଡ ସିଣ୍ଡିକେଟ୍ ଏଜାଜ୍ ଖାନ୍ ଏବଂ ବାଟାଟା ଗ୍ୟାଙ୍ଗ ମଧ୍ୟରେ ଲିଙ୍କ ମିଳିଛି । ଏଜାଜଙ୍କୁ କାବୁ କରିବା ପରେ ଏନସିବି ଟିମ୍ ମୁମ୍ବାଇର ଅନ୍ଧେରି ଏବଂ ଲୋଖଣ୍ଡୱାଲା ଅଞ୍ଚଳରେ ମଧ୍ୟ ଚଢାଉ କରିଥିଲା। ଏଜାଜ ପୂର୍ବରୁ ମୁମ୍ବାଇର ସବୁଠାରୁ ବଡ ଡ୍ରଗ୍ ଯୋଗାଣକାରୀ ଫାରୁକ୍ ବାଟାଟାଙ୍କ ପୁଅ ଶାଦବ ବାଟାଙ୍କୁ ଗତ ସପ୍ତାହରେ ଶନିବାର ଗିରଫ କରାଯାଇଥିଲା । ଶାଦାବଙ୍କ ପଚରାଉଚରା ପରେ ହିଁ ଏଜାଜଙ୍କୁ ଗିରଫ କରାଯାଇଛି ବୋଲି ଜଣାପଡିଛି ।

Related Articles

Leave a Reply

Your email address will not be published.

Back to top button