ଟ୍ରମ୍ପଙ୍କ ଫେସବୁକ ଆକାଉଣ୍ଟ ୨ ବର୍ଷ ସସପେଣ୍ଡ

ୱାସିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଫେସବୁକ ଏହାର ପ୍ଲାଟଫର୍ମରୁ ଅତିକମରେ ୨୦୨୩ ଜାନୁଆରୀ ପର୍ଯ୍ୟନ୍ତ ନିଷିଦ୍ଧ କରିଛି । ଏଥିସହିତ ଭବିଷ୍ୟତରେ ଆଇନ ଉଲଂଘନକାରୀ ବିଶ୍ୱ ନେତାଙ୍କୁ ଏହା କିଭଳି ବ୍ୟବହାର କରିବ ସେ ନେଇ ନିୟମରେ କିଛିଟା ପରିବର୍ତ୍ତନ ଘୋଷଣା କରିଛି । ତେବେ ଏହି ନିଲମ୍ବନକୁ ଟ୍ରମ୍ପ କଡ଼ା ସମାଲୋଚନା କରିଛନ୍ତି । ଗତ ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଯେଉଁମାନେ ତାଙ୍କୁ ଭୋଟ ଦେଇଛନ୍ତି ସେମାନଙ୍କୁ ଏହା ଅପମାନ ବୋଲି ଟ୍ରମ୍ପ କହିଛନ୍ତି ।

ଗତ ଜାନୁଆରୀ ୬ କ୍ୟାପିଟାଲ ହିଲ ହିଂସା ଘଟଣାରେ ଫେସବୁକର ସ୍ୱାଧୀନ ଅନୁଧ୍ୟାନକାରୀ ବୋର୍ଡ ମେ ମାସର ଟ୍ରମ୍ପଙ୍କୁ ଏହି ପ୍ଲାଟଫର୍ମରୁ ନିଷିଦ୍ଧକୁ ବଜାୟ ରଖିଥିଲେ । ସେ ହିଂସା ଉଦ୍ରେକ କରିଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଫେସବୁକର ଏହି ନିଷ୍ପତ୍ତି ଫଳରେ ୨୦୨୨ ନଭେମ୍ବରରେ ହେବାକୁ ଥିବା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ତାଙ୍କ ଆକାଉଣ୍ଟ ସକ୍ରିୟ ହୋଇପାରିବ ନାହିଁ । କିନ୍ତୁ ୨୦୨୪ ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ସକ୍ରିୟ ହୋଇଯାଇପାରେ ।

 

Related Articles

Leave a Reply

Your email address will not be published.

Back to top button