ଟିକା ନେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଦେଶରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ ଜାରି ରହିଛି । ଗତ ମାର୍ଚ୍ଚ ତାରିଖରେ ପ୍ରଥମ ଦିନ ପ୍ରଧାନମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନ ଟିକା ନେଇଥିଲେ। ଗତକାଲି ବିଭିନ୍ନ କେନ୍ଦ୍ରମନ୍ତ୍ରୀ ଓ କେତେକ ରାଜ୍ୟର ରାଜ୍ୟପାଳ ଟିକା ନେଇଥିଲେ। ଏହି କ୍ରମରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆର୍ମି ରିସର୍ଚ୍ଚ ଏବଂ ରେଫରାଲ ହସ୍ପିଟାଲରେ କୋରୋନାର ପ୍ରଥମ ଡୋଜ ଟିକା ନେଇଛନ୍ତି। ଅନ୍ୟପକ୍ଷରେ ସମସ୍ତ ଯୋଗ୍ୟ ବ୍ୟକ୍ତି ଟିକା ନେବାକୁ ରାଷ୍ଟ୍ରପତି ନିବେଦନ କରିଛନ୍ତି। ରାଷ୍ଟ୍ରପତି ଭବନର ଟ୍ୱିଟ ଅନୁଯାୟୀ ଇତିହାସରେ ସବୁଠାରୁ ବଡ ଟିକାକରଣ ଅଭିଯାନକୁ ସଫଳତାର ସହ କାର୍ଯ୍ୟକାରୀ କରିଥିବାରୁ ରାଷ୍ଟ୍ରପତି କୋବିନ୍ଦ ସମସ୍ତ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ ଏବଂ ପ୍ରଶାସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କ ଝିଅ ରାଷ୍ଟ୍ରପତିଙ୍କ ସହ ଡାକ୍ତରଖାନା ଯାଇଥିଲେ। ସୂଚନାଯୋଗ୍ୟ, ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ଅଭିଯାନର ଏକ ଅଂଶ ଭାବେମାର୍ଚ୍ଚ ୧ ରୁ ୬୦ବର୍ଷରୁ ଅଧିକ ବୟସ୍କ ନାଗରିକ ଏବଂ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକାକରଣ କରାଯାଉଛି। ଏହି ବୟସ ସୀମା ମଧ୍ୟରେ ଥିବା ସମସ୍ତ ଲୋକ ସରକାରୀ ଡାକ୍ତରଖାନା ଯାଇ ମାଗଣାରେ କୋରୋନା ଟିକା ପାଇପାରିବେ । ଏହା ବ୍ୟତୀତ ଘରୋଇ ଡାକ୍ତରଖାନାରେ ୨୫୦ ଟଙ୍କା ଦେଇ ଟିକା ନେଇ ପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନଙ୍କ ସମେତ ଅନେକ ମନ୍ତ୍ରୀ ଓ ନେତା ବର୍ତ୍ତମାନ ପର୍ଯ୍ୟନ୍ତ ଟୀକା ନେଇଛନ୍ତି। ଏହା ବ୍ୟତୀତ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ମଧ୍ୟ ଟିକା ନେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ଦିନ ଆର୍ମି ହସ୍ପିଟାଲରେ କୋରୋନା ଟିକା ନେଇଥିଲେ।

Related Articles

Leave a Reply

Your email address will not be published.

Back to top button