ଟିକା ନନେଲେ ସିମ କାର୍ଡ ବ୍ଲକ

ଇସଲାମାବାଦ: ବିଶ୍ବର ବିଭିନ୍ନ ଦେଶରେ କୋରୋନା ଭୂତାଣୁ ହାହାକାର ପରିସ୍ଥିତି ସୃଷ୍ଟି କରିଥିବା ଭାରତ ଓ ପାକିସ୍ତାନ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି। ବିଶେଷକରି ଏହି ଭୂତାଣୁର ଦ୍ବିତୀୟ ଲହରୀରେ ଭାରତ ବେଶ୍ ଅଧିକ ପ୍ରଭାବିତ ହୋଇଛି ଓ ଦେଶରେ ଆଜି ପର୍ଯ୍ୟନ୍ତ ସାଢ଼େ ୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇସାରିଲାଣି। ଏହି ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣାଧୀନ କରିବା ସକାଶେ କୋଭିଡ୍ ଟିକାର ବ୍ୟାପକ ଉପଯୋଗ ଉପରେ ଗୁରୁତ୍ବ ଦିଆଯାଉଛି। ବିଭିନ୍ନ ଦେଶରେ ବର୍ତ୍ତମାନ କୋଭିଡ୍ ଟିକାର ତ୍ବରିତ ବେଗରେ ଉପଯୋଗ ହେଉଛି। ତେବେ ଏହି ଟିକା ନେଉଥିବା ହିତାଧିକାରୀଙ୍କ ମଧ୍ୟରୁ କେତେକଙ୍କଠାରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଉଥିବାରୁ ଅନ୍ୟମାନେ ଏହି ଟିକା ନେବାକୁ ରାଜି ହେଉନାହାନ୍ତି। କିନ୍ତୁ ପଞ୍ଜାବ ପ୍ରଦେଶରେ ଟିକାକରଣକୁ ଅଧିକ ତ୍ବରାନ୍ବିତ ଓ ସଫଳ କରିବା ସକାଶେ ସ୍ଥାନୀୟ ସରକାର ଏକ ଭିନ୍ନ ପଦକ୍ଷେପ ନେଇଛନ୍ତି। ଟିକା ନେବାକୁ ଅରାଜି ହେଉଥିବା କୌଣସି ବ୍ୟକ୍ତିବିଶେଷଙ୍କ ମୋବାଇଲ୍ ସିମକୁ ଅକାମୀ କରିଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ସ୍ଥାନୀୟ ଏକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ପଞ୍ଜାବ ପ୍ରଦେଶର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ୟାସମିନ୍ ରଶିଦଙ୍କ ଅଧ୍ୟକ୍ଷତାରେ ଲାହୋରଠାରେ ଅନୁଷ୍ଠିତ ଏକ ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି।

ଦେଶରେ କୋଭିଡ୍ ନିୟମର ସଠିକ୍ ପାଳନ କାରଣରୁ କ୍ରମାଗତ ଭାବେ ନୂଆ ସଂକ୍ରମିତଙ୍କ ଚିହ୍ନଟ ହାର ହ୍ରାସ ପାଇଚାଲିଛି। ତା’ଛଡ଼ା ଟିକାକରଣର ମଧ୍ୟ ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ବୈଠକରେ ଆଲୋଚନା ହୋଇଥିଲା। କିନ୍ତୁ ଏହି ବୈଠକରେ ପ୍ରଦେଶରେ ଦିନକୁ ଦିନ ଟିକାକରଣ ସଂଖ୍ୟା ହ୍ରାସ ପାଉଥିବାରୁ ଏହାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା।

Related Articles

Leave a Reply

Your email address will not be published.

Back to top button