ଟିକାକୁ ନେଇ ବିଜେଡିକୁ ବିଜେପିର ଟାର୍ଗେଟ

ଭୁବନେଶ୍ୱର:କରୋନାର ମୁକାବିଲା ପାଇଁ ରାଜ୍ୟରେ ଟିକାକରଣ ଅଭିଯାନକୁ ଜୋରଦାର କରାଯାଇଥିବା ବିଜେଡି ପକ୍ଷରୁ କୁହାଯାଉଥିବାବେଳେ ବିଜେପି ଏହାକୁ ମିଛ ବୋଲି କହିଛନ୍ତି । ଏପରିକି ବିଜେଡି ଟିକା ନାମରେ ଭ୍ରାନ୍ତ ତଥ୍ୟ ଦେଇ ମିଥ୍ୟା ବାହୋସ୍ଫାଟ ମାରୁଥିବା  ବିଜେପି ଅଭିଯୋଗ କରିଛି ।  ବିଜେପି  ଯୁବମୋର୍ଚ୍ଚା ସଭାପତି ଇରାଶିଶ ଆଚାର୍ଯ୍ୟ ଏଭଳି ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଓଡ଼ିଶାବାସୀଙ୍କ ପାଇଁ ଟିକା ସମସ୍ୟା ରହିବ ନାହିଁ ।  ତା’ପରେ ୨ ହଜାର କୋଟି ଖର୍ଚ୍ଚ କରି ଟିକା ଆଣିବାକୁ ଟୁଇଟ କଲେ ।  ଯୁବ ବର୍ଗଙ୍କୁ ଟିକାକରଣ ପାଇଁ ଦାବି କରିଥିଲୁ । କିନ୍ତୁ ଏଯାଏଁ କିଛି ବ୍ୟବସ୍ଥା କରାଗଲାନି ।  କେବଳ ମିଡିଆରେ ମିଛ କଥା କହି ବାହାସ୍ଫୋଟ ମାରିଲେ ହେବନି ବୋଲି  ବିଜେପି  ଯୁବମୋର୍ଚ୍ଚା ସଭାପତି ଇରାଶିଶ ଆଚାର୍ଯ୍ୟ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button