ଟିକାକରଣ ଉପରୁ ହଟାଯାଉ ବୟସ କଟକଣା, ନିବେଦନ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଲଗାତର ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଦିନକରେ ଲକ୍ଷେ ଉପରେ ଚିହ୍ନଟ ହେଉଛି କରୋନା ଆକ୍ରାନ୍ତ। ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୫ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି। ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଚିନ୍ତା ପ୍ରକାଶ କରିଛନ୍ତି। ଟିକାକରଣ ଉପରୁ ବୟସ କଟକଣା ହଟାଇ ଦିଆଯାଉ ବୋଲି ସେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।

ଦିଲ୍ଲୀରେ ଏବେ କରୋନାର ଚତୁର୍ଥ ୱେଭ ଜାରି ରହିଛି। ଏହି ଚତୁର୍ଥ ଫେଜ୍‌ରେ ସଂକ୍ରମଣ ହାର ଲଗାତର ବଢ଼ିଚାଲିଛି, ଯାହା ତୃତୀୟ ଫେଜ୍‌ଠାରୁ ମଧ୍ୟ ସର୍ବାଧିକ ।  ତେବେ ଏହି ମହାମାରୀର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ଲକଡାଉନ୍‌ ସମାଧାନ ନୁହେଁ ବୋଲି କେଜ୍ରିୱାଲ କହିଛନ୍ତି।

Related Articles

Leave a Reply

Your email address will not be published.

Back to top button