ଜେଲ ପରିଦର୍ଶନ କରିବେ ଜିଲ୍ଲାପାଳ

ଭୁବନେଶ୍ୱର:  ଓଡ଼ିଶାର ବିଭିନ୍ନ ଜେଲ ଅନ୍ତେବାସୀଙ୍କ ସମସ୍ୟା ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି ।  ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ପାଳନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କୁ ଅଚାନକ  ଜେଲ ପରିଦର୍ଶନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  ମାର୍ଚ୍ଚ ୧୫ରୁ ଏପ୍ରିଲ ୧୬ ମଧ୍ୟରେ ପରିଦର୍ଶନ ଶେଷ କରିବାକୁ ପରାମର୍ଶ ଦିଆଯାଇଛି ।  ଜେଲ ଭିତ୍ତିଭୂମି, ଅନ୍ତେବାସୀଙ୍କ ଅବସ୍ଥା, ଖାଦ୍ୟ ଓ ଆବାସ ସମ୍ପର୍କରେ ସମୀକ୍ଷା କରିବାକୁ ମଧ୍ୟ ହାଇକୋର୍ଟ ପରାମର୍ଶ ଦେଇଛନ୍ତି ।  ଜିଲ୍ଲା କାରାଗାର ଓ ଉପକାରାଗାରରେ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ସିସିଟିଭି ଲଗାଇବାରେ ଓଡ଼ିଶାର ପ୍ରଦର୍ଶନ ସନ୍ତୋଷଜନକ ନୁହେଁ  ବୋଲି ହାଇକୋର୍ଟ କହିବା ସହ ସିସିଟିଭି ନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ  ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  ସେହିପରି ଛୋଟ ଅପରାଧରେ ଜାମିନ ପାଇ ମୁକୁଳିନଥିବା ଅପରାଧୀଙ୍କ ତଥ୍ୟ ମାଗିଛନ୍ତି ହାଇକୋର୍ଟ ।  ଏଥିସହ ଏପ୍ରିଲ ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଦିନଧାର୍ଯ୍ୟ କରିଛନ୍ତି । 

Related Articles

Leave a Reply

Your email address will not be published.

Back to top button