ଜୁନ ୭ ରୁ ନୂଆ ପୋର୍ଟାଲ

ନୂଆଦିଲ୍ଲୀ: ଆୟକର ବିଭାଗ ପକ୍ଷରୁ ନୂଆ ଇ-ଫାଇଲିଂ ପୋର୍ଟାଲ୍‌ www.incometax.gov.inକୁ କାର୍ଯ୍ୟକ୍ଷମ କରାଯିବ। ଏଥିରେ ଟିକସଦାତାମାନଙ୍କୁ ଅନେକ ପ୍ରକ‌ାର ସୁବିଧା ମିଳିବ। ଟିକସଦାତାମାନଙ୍କୁ ଶୀଘ୍ର ରିଫଣ୍ଡ୍‌ ପ୍ରଦାନ କରିବା ଲାଗି ନୂଆ ପୋର୍ଟାଲ୍‌ରେ ଆୟକର ରିଟର୍ଣ୍ଣର ଶୀଘ୍ର ପ୍ରୋସେସିଂ ହେବ। ଏକ ସିଙ୍ଗଲ୍‌ ଡ୍ୟାସ୍‌ବୋର୍ଡରେ ସମସ୍ତ ବାର୍ତାଳାପ ଓ ଅପ୍‌ଲୋଡ୍‌ ପ୍ରଦର୍ଶିତ ହେବ। ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ବିନା ମୂଲ୍ୟର ଆଇଟିଆର୍‌ ପ୍ରସ୍ତୁତି ସପ୍‌ଟଓୟାର ଉପଲବ୍ଧ ହେବ।

ଟିକସଦାତାଙ୍କୁ ସାହାଯ୍ୟ କରିବା ଲାଗି ଏକ ନୂଆ କଲ୍ ସେଣ୍ଟର୍‌ ବ୍ୟବସ୍ଥା କରାଯିବ। ଡେସ୍କଟପ୍‌ରେ ହୋଇପାରୁଥିବା ସବୁ ପ୍ରକାର କାର୍ଯ୍ୟ ଯେଭଳି ମୋବାଇଲ୍‌ ଆପ୍‌ରେ ‌ହୋଇପାରିବ ସେହି ସୁବିଧା ମଧ୍ୟ ପ୍ରଦାନ କରାଯିବ। ପେମେଣ୍ଟ୍‌ ପାଇଁ ନୂଆ ପୋର୍ଟାଲ୍‌ରେ ୟୁପିଆଇ ଠାରୁ ଆରମ୍ଭ କରି କ୍ରେଡିଟ୍‌ କାର୍ଡ, ଏନ୍‌ଇଏଫ୍‌ଟି, ଆର୍‌ଟିଜିଏସ୍‌, ନେଟ୍‌ ବ୍ୟାଙ୍କିଙ୍ଗ୍‌ ଭଳି ଅନେକ ପ୍ରକାର ବ୍ୟବସ୍ଥା ରହିବ। ନୂଆ ପୋର୍ଟାଲ୍‌ର ଶୁଭାରମ୍ଭ ହେବାକୁ ଯାଉଥିବାରୁ ଟିକସଦାତାମାନଙ୍କ ପାଇଁ ପୁରୁଣା ପୋର୍ଟାଲ୍‌ www.incometaxindiaefiling.gov.in ଚଳିତ ବର୍ଷ ଜୁନ୍ ୧ରୁ ୬ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ ନାହିଁ।

Related Articles

Leave a Reply

Your email address will not be published.

Back to top button