ଜୁନ ୧ରୁ ଅନଲାଇନ କ୍ଲାସ

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି ।  ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ  ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି ।  କରୋନା ପାଇଁ ବିଭିନ୍ନ କ୍ଷେତ୍ର ପ୍ରଭାବିତ ହୋଇଛି । ପିଲାଙ୍କ ପାଠପଢା ମଧ୍ୟ ବ୍ୟାହତ ହୋଇଛି । ସ୍କୁଲ କଲେଜ ସବୁ ବନ୍ଦ ରହିଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା  ଜୁନ ୧ରୁ କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ କ୍ଲାସ ଆରମ୍ଭ ହେବ ।  ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ୱବିଦ୍ୟାଳୟ ଓ କଲେଜରେ ଏହି ଅନଲାଇନ କ୍ଲାସ ହେବ ।  ବର୍ତ୍ତମାନ କରୋନା ସଂକ୍ରମଣ ସମ୍ପୂର୍ଣ୍ଣ କମିନଥିବାରୁ କ୍ଲାସ ରୁମରେ ପିଲାମାନେ ଏକାଠି ବସି ପଢିପାରିବେ ନାହିଁ ।  ତେଣୁ ଅନଲାଇନ କ୍ଲାସ ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ କଲେଜ ହଷ୍ଟେଲ ବନ୍ଦ ରହିବ । ଏଥିସହ ପରୀକ୍ଷା ସମ୍ପର୍କରେ ୟୁଜିସି ସୂଚନା ଦେବା ପରେ ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ  କୁହାଯାଇଛି ।

Related Articles

Leave a Reply

Your email address will not be published.

Back to top button