ଜଷ୍ଟିସ ଏନଭି ରମଣ ପରବର୍ତ୍ତୀ ପ୍ରଧାନ ବିଚାରପତି !

ଭୁବନେଶ୍ୱର:ଜଷ୍ଟିସ ଏନଭି ରମଣଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ସୁପାରିଶ କରାଯାଇଛି ।  ଏଭଳି ସୁପାରିଶ ଆଉ କେହି କରିନାହାନ୍ତି । ଖୋଦ ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ଏସ ବୋବଡେ଼ ଏଭଳି ସୁପାରିଶ କରିଛନ୍ତି ।  କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଜଷ୍ଟିସ ଏନଭି ରମଣଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି  କରିବା ପାଇଁ ଜଷ୍ଟିସ ଏସ ବୋବଡେ ସୁପାରିଶ କରିଛନ୍ତି ।  ବରିଷ୍ଠତା ଭିତ୍ତିରେ ଜଷ୍ଟିସ ଏନଭି ରମଣଙ୍କୁ ନିଯୁକ୍ତ କରିବା ପାଇଁ ଜଷ୍ଟିସ ଏସ ବୋବଡେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ।  ପ୍ରକାଶ ଯେ, ଆସନ୍ତା ଏପ୍ରିଲ ୨୩ ତାରିଖରେ ଜଷ୍ଟିସ ଏସ ବୋବଡେଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି ।

Related Articles

Leave a Reply

Your email address will not be published.

Back to top button