ଚୀନରୁ ଭୁବନେଶ୍ୱର ଆସିଲା ଅକ୍ସିଜେନ ସିଲିଣ୍ଡର

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି ।  ବଢୁଛି କରୋନାର କାୟା ।  ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ  ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ  ଅଧିକାଂଶ ସ୍ଥାନାରେ ଅକ୍ସିଜେନର ଅଭାବ ଦେଖାଦେଇଛି । ଆଉ ଅକ୍ସିଜେନ ଅଭାବରୁ  କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହେଉଛି ।  ତେବେ ଏହାରି ଭିତରେ ଏକ ବଡ଼ ଖବର ଆସିଛି । ତାହା ହେଲାଚୀନରୁ ସିଧାସଳଖ ଭୁବନେଶ୍ୱର ପହଞ୍ଚିଛି ଅକ୍ସିଜେନ ସିଲିଣ୍ଡର । ଖୁବଶୀଘ୍ର ଏହି ଅକ୍ସିଜେନ ସିଲିଣ୍ଡରଗୁଡ଼ିକୁ ରାଜ୍ୟର ବିଭିନ୍ନ ମେଡ଼ିକାଲକୁ ପଠାଯିବ । ସେହିପରି ଆବଶ୍ୟକ ସ୍ଥଳ ଅକ୍ସିଜେନ ସିଲିଣ୍ଡରକୁ ମହଜୁଦ ରଖାଯିବ । ଚୀନରୁ ଆସିଥିବା ଏହି ସିଲିଣ୍ଡର ଏବଂ ଆଗକୁ ଆସିବାକୁ ଥିବା ସିଲିଣ୍ଡର କରୋନା ମୁକାବିଲା ଦିଗରେ ବେଶ ସହାୟକ ହେବ । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଅକ୍ସିଜେନ ଅଭାବରୁ କୌଣସି ରୋଗୀ ଯେମିତି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ସେନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ମଧ୍ୟ ଟ୍ୱିଟ କରି ଲେଖିଛନ୍ତି ଅସିତ୍ ତ୍ରିପାଠୀ । ଚୀନରୁ ଅକ୍ସିଜେନ୍ ସିଲିଣ୍ଡର ଆସିବା ଦେଶରେ ପ୍ରଥମ ।

Related Articles

Leave a Reply

Your email address will not be published.

Back to top button