ଚଳିତବର୍ଷ ଅନୁଷ୍ଠିତ ହେବ ବୁଢ଼ୀ ଠାକୁରାଣୀ ଯାତ୍ରା

ବ୍ରହ୍ମପୁର: ବୁଢ଼ୀ ଠାକୁରାଣୀ ଯାତ୍ରାକୁ ଅନୁମତି । ବ୍ରହ୍ମପୁରରେ ଚଳିତ ବର୍ଷ ଅନୁଷ୍ଠିତ ହେବ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା । ପ୍ରଶାସନ ସହ ଆଲୋଚନା ପରେ ଯାତ୍ରା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଆସନ୍ତାକାଲି ଦେଶୀ ବେହେରା ସାହିକୁ ଶୁଭଖୁଣ୍ଟି ଆସିବ । କରୋନା କଟକଣା ମଧ୍ୟରେ ପ୍ରଥମ ୭ ଦିନ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେବ । ଏହା ପରବର୍ତ୍ତୀ ସମୟରେ ବାକି ଯାତ୍ରା ବାବଦର ନିଷ୍ପତ୍ତି ନିଆଯିବ । କିନ୍ତୁ ଯାତ୍ରା ସମୟରେ ବେଶ ଓ କଳାକୁଞ୍ଜ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ତେବେ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେବା ଜାଣି ବ୍ରହ୍ମପୁରବାସୀଙ୍କ ଭିତରେ ଉତ୍କଣ୍ଠା ଖେଳିଯାଇଛି ।

Related Articles

Leave a Reply

Your email address will not be published.

Back to top button