ଘୁଞ୍ଚିବନି ସିବିଏସଇ ପରୀକ୍ଷା

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଘୁଂଚିବ ନାହି  । ନିର୍ଦ୍ଧାରିତ ସମୟରେ ପରୀକ୍ଷା କରାଯିବ । ପରୀକ୍ଷା ବାତିଲ ହେବ ନାହିଁ କି ତାରିଖ ଘୁଞ୍ଚିବ ନାହିଁ । ମେ’୪ ରୁ ଉଭୟ ଶ୍ରେଣୀର ପରୀକ୍ଷା ଅଫଲାଇନରେ ହେବ । ଏଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ । ଗଣମାଧ୍ୟମକୁ ସୂଚନା ଦେଇ ସିବିଏସଇ ଓ ସିଆଇଏସସିଇ ବୋର୍ଡ ପକ୍ଷରୁ କୁହାଯାଇଛିଯେ କୋଭିଡ-୧୯ର ଦ୍ୱିତୀୟ ପର୍ଯ୍ୟାୟରୁ ଛାତ୍ରଛାତ୍ରୀଙ୍କୁ କରୋନା ମୁକ୍ତ ରଖିବା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା ହେବ । ସାମାଜିକ ଦୂରତା ରକ୍ଷା ସହ ସାନିଟାଇଜର ଓ ମାସ୍କ ବାଧ୍ୟତାମୂଳକ କରାଯିବ । ସଂକ୍ରମଣ ବଢ଼ୁଥିବାରୁ ଉଭୟ ଶ୍ରେଣୀ ପାଇଁ ପରୀକ୍ଷା କେନ୍ଦ୍ର ସଂଖ୍ୟା ୪୦ % ରୁ ୫୦% ବୃଦ୍ଧି ହୋଇଛି ।

Related Articles

Leave a Reply

Your email address will not be published.

Back to top button