ଘଣ୍ଟା ପ୍ରତି ୧୬ କିମି ବେଗରେ ଗତି କରୁଛି ‘ୟାଶ’

ଭୁବନେଶ୍ୱର : ବଙ୍ଗୋପସାଗରରେ ବାତ୍ୟା ‘ୟାଶ’ ଭୀଷଣ ବାତ୍ୟା ରୂପ ନେଇ ମାଡ଼ି ଆସୁଛି ।  ଉତ୍ତର, ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୬ କିମି ବେଗରେ ଗତି କରୁଛି ।  ଶେଷ ୬ ଘଣ୍ଟାରେ ‘ୟାଶ’ ଘଣ୍ଟା ପ୍ରତି ୧୬ କିମି ବେଗରେ ଗତି କରୁଛି ।  ଏବେ ପାରାଦୀପ ଠାରୁ ଦକ୍ଷିଣ, ଦକ୍ଷିଣ-ପୂର୍ବକୁ ୨୮୦ କିମି  ଦୂରରେ ବାତା ‘ୟଶ’ର ଅବସ୍ଥିତି ରହିଛି ।  ସେହିପରି ବାଲେଶ୍ୱର ଠାରୁ ଦକ୍ଷିଣ, ଦକ୍ଷିଣ- ପୂର୍ବକୁ ୩୮୦ କିମି ନୂରରେ ବାତ୍ୟା ରହିଛି ।  ଦୀଘା ଠାରୁ ନକ୍ଷିଣ, ଦକ୍ଷିଣ-ପୂର୍ବକୁ ୩୭୦ କିମି ଦୂରରେ ‘ୟାଶ’ ରହିଛି ।  ପରବର୍ତ୍ତୀ ୧୨ ଘଣ୍ଟାରେ ଘନୀଭୂତ ହୋଇ ୟାଶ ଅତୀ ଭୀଷଣ ବାତ୍ୟାର ରୂପ ନେବ ବୋଲି ଜଣାଯାଇଛି ।  ପ୍ରକାଶ ଯେ, ୟାଶ ଭଦ୍ରକ ଜିଲ୍ଲା ଧାମରା ପାଖରେ ସ୍ଥଳଭାଗ ଅତିକ୍ରମ କରିବ ।  ୨୬ ତାରିଖ  ଧାମରା ପାଖରେ ୟାଶ କେନ୍ଦ୍ରୀଭୂତ ହେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ଧାମରାର ଉତ୍ତରକୁ ଓ ବାଲେଶ୍ୱରର ଦକ୍ଷିଣକୁ ସ୍ଥଳଭାଗ ଅତିକ୍ରମ କରିବ ।  ବାତ୍ୟା ରିକର୍ଭ କରି ପଶ୍ଚିମବଙ୍ଗ ଆଡ଼କୁ ଯିବାର ସମ୍ଭାବନା ନାହିଁ ।
ଏହାଛଡ଼ା ସେ କହିଛନ୍ତି ଯେ, ଧାମରା ଓ ଚାନ୍ଦବାଲିରେ ସବୁଠାରୁ ଅଧିକ କ୍ଷତି  ଘଟାଇବ । ୨୬ ତାରିଖ ସକାଳୁ ବାତ୍ୟାର ପ୍ରଭାବ ଉପକୂଳରେ ପଡ଼ିବ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଅଧିକ ପ୍ରଭାବ ପଡ଼ିବ ।  ଆଜି ସନ୍ଧ୍ୟା ସୁଦ୍ଧା ୟାଶ ଅତିଭୀଷଣ ବାତ୍ୟାରେ ପରିଣତ ହେବ ।  ସ୍ଥଳଭାଗ ଛୁଇଁବାର ପୂର୍ବ ଓ ପର ୬ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ ।  ଆଜି ମଧ୍ୟରାତ୍ରରୁ ୬୦ରୁ ୮୦କିମି ବେଗରେ ପବନ ବୋହିବ ।  କାଲି ସକାଳ ବେଳକୁ ପବନର ବେଗ ୧୫୦ରୁ ୧୬୦ କିମି ରହିବ ।  ଫଣି ଠାରୁ ପବନର ବେଗ ପାଖାପାଖି ୫୦ କିମି କମ ରହିବ ।  ଆଜି ସନ୍ଧ୍ୟା ସୁଦ୍ଧା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନେବା କାର୍ଯ୍ୟ ଶେଷ କରିବାକୁ ଆଇଏମଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button