ଗୃହରେ ଉଠିଲା ମାହାଙ୍ଗା ମର୍ଡର

ଭୁବନେଶ୍ୱର: ଶନିବାର ଗୃହରେ ମାହାଙ୍ଗା ମର୍ଡର ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ପ୍ରସଙ୍ଗ ଉଠିଛି ।  ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ଶୂନ୍ୟକାଳରେ ଆଇନଶୃଙ୍ଖଳା ପ୍ରସଙ୍ଗ ଉଠାଇଛନ୍ତି ।  ଜୟନାରାୟଣ ମିଶ୍ରଙ୍କ ଗିରଫଦାରୀ ପ୍ରସଙ୍ଗ ଉଠାଇ ଶ୍ରୀ ନାଏକ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।  ସେ କହିଛନ୍ତି ଯେ, ଆଇନ ବ୍ୟବସ୍ଥା ଶାସକ ଦଳ ପାଇଁ ଗୋଟିଏ ଓ ବିରୋଧୀ ଦଳ ପାଇଁ ଗୋଟିଏ ।  ମାହାଙ୍ଗା ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମରେ ଏତଲା ଥିଲେ ବି ଗିରଫ କରାଯାଉନି ।  ମନ୍ତ୍ରୀଙ୍କୁ ସରକାର ସୁରକ୍ଷା ଦେଉଛନ୍ତି । ସାଧାରଣ ଲୋକେ ଏଥିରେ ଭୟଭୀତ । ପ୍ରମାଣ ନଷ୍ଟ ପାଇଁ ଅଭିଯୁକ୍ତକୁ ରାସ୍ତାରୁ ହଟାଇଦେଲେ । ତାହା ପ୍ରମାଣ ହେବା ଉଚିତ ।  ରାବଣ ଓ କଂସ ଭଳି ଶାସନର ବି ଦିନେ ଅବସାଦ ହୋଇଥିଲା ।  ଏକଥାକୁ ରାଜ୍ୟ ସରକାର ଭୁଲିଯିବା ଉଚିତ ନୁହେଁ ବୋଲି ପ୍ରଦୀପ୍ତ ନାଏକ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button