ଗୁରୁବାର ସୁଦ୍ଧା ଦ୍ୱାଦଶ ପରୀକ୍ଷା ନିଷ୍ପତ୍ତି !

ନୂଆଦିଲ୍ଲୀ: ସିବିଏସଇ ଓ ଆଇସିଏସଇ ଦ୍ୱାଦଶ ପରୀକ୍ଷା ନେଇ ଗୁରୁବାର ସୁଦ୍ଧା ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି ।  ଏନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରିବେ ବୋଲି ଜଣାଯାଇଛି ।  ପରୀକ୍ଷା କରାଯିବ କି ନାହିଁ ସରକାର ସର୍ବୋଚ୍ଚ କୋର୍ଟଙ୍କୁ ଜଣାଇବେ ।  ଏନେଇ ହୋଇଥିବା ପିଆଇଏଲର ଶୁଣାଣି ଗୁରୁବାରକୁ ଘଞ୍ଚାଇ ଦିଆଯାଇଛି । ପ୍ରକାଶ ଯେ,  ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ନେଇ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି । ଆବେଦନକାରୀ ଚଳିତବର୍ଷ ପରୀକ୍ଷାକୁ ବନ୍ଦ କରିବା ସହ ଗତବର୍ଷ ଢାଞ୍ଚାରେ ମାର୍କ ଦେବାକୁ ଦର୍ଶାଇଛନ୍ତି ।

ଆଜି ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସମ୍ପର୍କିତ ମାମଲାର ଶୁଣାଣି କରିଛନ୍ତି ସର୍ବୋଚ୍ଚ ଅଦାଲତ । ଜୁନ୍ ୩ ତାରିଖ ସୁଦ୍ଧା ନିଷ୍ପତ୍ତି ଶୁଣାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଦୁଇ ଦିନ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ତେବେ ଦୁଇ ଦିନ ପରେ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ଚୂଡ଼ାନ୍ତ ରାୟ ଆସିପାରେ । ଜଷ୍ଟିସ ଏ. ଏମ୍. ଖନଓ୍ୱିଲକର ଓ ଜଷ୍ଟିସ ଦୀନେଶ ମାହେଶ୍ୱରୀଙ୍କୁ ନେଇ ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି ।

Related Articles

Leave a Reply

Your email address will not be published.

Back to top button