କ୍ୟାପିଟାଲ ହସ୍ପିଟାଲରେ ୨ ଡାକ୍ତର ପଜିଟିଭ

ଭୁବନେଶ୍ୱର: ପୁଣି ନିଜର କାୟା ବିସ୍ତାର କରି ଚାଲିଛି କରୋନା।  ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି ।  ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ବୃଦ୍ଧି ପାଉଛି । ରାଜ୍ୟରେ କରୋନା ଚିତ୍ର ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି ।  ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି ।  ତାହା ହେଲା  କରୋନା ଯୋଦ୍ଧାଙ୍କୁ କରୋନା ।  କରୋନାକୁ ରୋକିବା ପାଇଁ ଥିବା ଆଗ ଧାଡ଼ିର ଯୋଦ୍ଧା  ଡାକ୍ତର ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଡାକ୍ୟାପିଟାଲ ହସ୍ପିଟାଲର ୨ ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଜଣେ ଶଲ୍ୟ ଓ ଅନ୍ୟ ଜଣେ ଭେଷଜ ବିଭାଗର ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଡାକ୍ତରଙ୍କ ସଂସ୍ପର୍ଶରେ  ଆସିଥିବା ଅନ୍ୟମାନଙ୍କର ଟେଷ୍ଟିଂ କରାଯାଇଛି । ସମସ୍ତେ ନେଗେଟିଭ ଅଛନ୍ତି ।  ତେବେ  ପୁଣି ଥରେ ଆରଟିପିସିଆର ଟେଷ୍ଟ କରାଯିବ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button