କୋଭିଡ୍ ହସ୍ପିଟାଲରେ ନିଆଁ, ୫ ମୃତ

ଛତିଶଗଡ : ଛତିଶଗଡ ରାୟପୁରରେ ଏକ ଘରୋଇ କୋଭିଡ୍ ହସ୍ପିଟାଲରେ ନିଆଁଲାଗିଯିବା ଫଳରେ ୫ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ରାୟପୁର ସହରର ପାଚପେଡି ନାକା ଅଞ୍ଚଳରେ ଥିବା ରାଜଧାନୀ ହସ୍ପିଟାଲରେ ଶନିବାର ରାତିରେ ନିଆଁ ଲାଗିଯିବା ଫଳରେ ୫ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି ।

ମୃତକଙ୍କ ମଧ୍ୟରୁ ୩ ଜଣ ମହିଳା ଓ ୨ ଜଣ ପୁରୁଷ ରହିଛନ୍ତି ।  ଜଣେ ରୋଗୀ ଜଳିଯାଇଥିବା ବେଳେ ଅନ୍ୟ ଚାରିଜଣ ଅଣନିଶ୍ୱାସୀ ହୋଇ ମୃତ୍ୟୁ ବରଣ କରିଛନ୍ତି । ଦମକଳବାହିନୀ ଓ ଉଦ୍ଧାରକାରୀ ଦଳ ପହଂଚି ଅନ୍ୟ ରୋଗୀ ମାନଙ୍କୁ ଉଦ୍ଧାର କିରବା ସହ ସହରର ଅନ୍ୟଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଶୋକ ପ୍ରକାଶ କରିବା ସହ ମୃତକ ମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button