କୋଭାକ୍ସିନ ନେଇ ଯାଇପାରିବେନି ବିଦେଶ

ଭୁବନେଶ୍ୱର:  ପାଠ ପଢିବା ପାଇଁ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ  କରୋନା ଟିକା ଦେବା ଲାଗି ବିଏମସି ପକ୍ଷରୁ ଘୋଷଣା କରାଯାଇଥିବାବଳେ କୋଭାକ୍ସିନ ଟିକା ନେଇଥିଲେ ବିଦେଶ ଯିବାକୁ ଅନୁମତି ମିଳିବ ନାହିଁ ବୋଲି ଏକ ବଡ଼ ଖବର ସାମନାକୁ ଆସିଛି । ଏନେଇ ବରିଷ୍ଠ ଚିକିତ୍ସକ ଡାକ୍ତର ନିରୋଜ ମିଶ୍ର ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ବିଦେଶ ଯାତ୍ରା ପାଇଁ ‘ହୁ’ ଅନୁମୋଦିତ ଟିକା ନେଇଥିବା ଆବଶ୍ୟକ । କେବଳ କୋଭିସିଲ୍ଡ ଟିକାକୁ ‘ହୁ’ ଅନୁମତି ପ୍ରଦାନ କରିଛି ।  କୋଭାକ୍ସିନ ଓ ସ୍ଫୁଟନିକ-ଭି ମଧ୍ୟ ‘ହୁ’ ଦ୍ୱାରା ଅନୁମୋଦନ ପାଇନାହିଁ ବୋଲି ବରିଷ୍ଠ ଚିକିତ୍ସକ ଡାକ୍ତର ନିରୋଜ ମିଶ୍ର ସୂଚନା ଦେଇଛନ୍ତି ।

ପ୍ରକାଶ ଯେ,  ପାଠ ପଢ଼ିବା ପାଇଁ ବିଦେଶ ଯିବାକୁ ଥିବା ଛାତ୍ରାଛାତ୍ରୀମାନଙ୍କୁ କରୋନା ଟିକା ଦେବ ବିଏମ୍‌ସି। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଥିଲେ ବିଏମସି କମିଶନର ସଞ୍ଜୟ ସିଂହ। କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଟିକା ଦିଆଯିବ ବୋଲି ଶନିବାର ସୂଚନା ଦେଇଥିଲେ ବିଏମ୍‌ସି କମିଶନର। ପାଠ ପଢ଼ିବା ପାଇଁ ବିଦେଶ ଯିବାକୁ ବସିଥିବା ଛାତ୍ରଛାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଟିକା ନନେଇ ବିଦେଶ ଯିବାକୁ ଅନୁମତି ନଥିବାରୁ ସେମାନେ ବିଦେଶଯାତ୍ରା କରିପାରୁ ନଥିଲେ। ଏହି ସମସ୍ୟାକୁ ଆଖି ଆଗରେ ରଖି ପାଠ ପଢ଼ିବାକୁ ବିଦେଶ ବାହାରିଥିବା ବିଏମ୍‌ସି ଅଧୀନ ଛାତ୍ରଛାତ୍ରୀମାନଙ୍କୁ ଟିକା ଦିଆଯିବ ବୋଲି ଘୋଷଣା ହୋଇଛି। ଏନେଇ କମିଶନର କହିଥିଲେ ଯେ ଛାତ୍ର-ଛାତ୍ରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ ପାଇଁ କାଲିଠୁ ବ୍ୟବସ୍ଥା କରାଯିବ। ଛାତ୍ରଛାତ୍ରୀମାନେ ୧୯୨୯କୁ ଫୋନ୍ କରି ଟିକା ପାଇଁ ନିଜ ନାଁ ପଞ୍ଜିକରଣ କରିପାରିବେ।ଏହାପରେ ସେମାନଙ୍କୁ ଟିକା ଦିଆଯିବା ବ୍ୟବସ୍ଥା କରାଯିବ।

Related Articles

Leave a Reply

Your email address will not be published.

Back to top button