କେନ୍ଦ୍ରକୁ ଚିଠି ଲେଖିଲେ ଅରୁଣ

ଭୁବନେଶ୍ୱର: କୃଷି ମନ୍ତ୍ରୀ ଅରୁଣ ସାହୁ ଧାନର ଏମଏସପି ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ଠାରେ ଅନୁରୋଧ କରିଛନ୍ତି । ଏନେଇ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ସାହୁ  ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି । ୨୯୩୦ ଟଙ୍କା ବୃଦ୍ଧି ହେଲେ ଚାଷୀ ୨୫% ଲାଭ ପାଇବେ ବୋଲି ଅରୁଣ କହିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶା ଚାଷୀ ଅନେକ ଦୁର୍ବିପାକର ସମ୍ମୁଖୀନ ହୋଇଥିବାରୁ ଏମଏସପି ବୃଦ୍ଧି କରାଯାଉ ।  କେନ୍ଦ୍ର ଯାହା ଦେଉଛି ତାହା ଓଡ଼ିଶା ଚାଷୀଙ୍କ ପାଇଁ ପର୍ଯ୍ୟାପ୍ତ ନୁହେଁ ।  ଏନେଇ କେନ୍ଦ୍ର ସରକାରଙ୍କୁ ପୁଣି ଚିଠି ଲେଖି ଦାବି ଜଣାଇଛନ୍ତି କୃଷି ମନ୍ତ୍ରୀ  ଅରୁଣ ସାହୁ ।  ଗତ ବୁଧବାର କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଥିଲେ । ବିଭିନ୍ନ ଖାଦ୍ୟ ଶସ୍ୟର ମୂଲ୍ୟ ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଥିଲା ।   ଧାନ କ୍ୱିଣ୍ଟାଲ ପିଛା  ଏମଏସପି ୧୯୪୦କୁ ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଥିଲା ।   ୨୦୨୦-୨୧ରେ ଧାନ କ୍ୱିଣ୍ଟାଲ ପିଛା  ଏମଏସପି ୧୮୬୮ ଥିଲାବେଳେ ୨୦୨୧-୨୨ରେ ତାହାକୁ ବୃଦ୍ଧି କରାଯାଇ ୧୯୪୦ କରାଯାଇଥିଲା ।  ଏ ସମ୍ପର୍କିତ  କ୍ୟାବିନେଟ ନିଷ୍ପତ୍ତି ନେଇ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସୂଚନା ଦେଇଥିଲେ ।   ବାଜରା, ହରଡ଼ ଓ ବିରିର ବି ସର୍ମନିମ୍ନ ସହାୟକ ମୂଲ୍ୟକୁ ବୃଦ୍ଧି କରାଯାଇଥିଲା ।

Related Articles

Leave a Reply

Your email address will not be published.

Back to top button