କାରରେ ଏକାକୀ ଗଲେ ବି ମାସ୍କ

ନୂଆଦିଲ୍ଲୀ:କରୋନା ସଂକ୍ରମଣକୁ ନଜରରେ ରଖି  ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇଛି।  କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଦିଲ୍ଲୀ ହାଇକୋର୍ଟ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ।  କାରରେ ଏକାକୀ ଡ୍ରାଇଭ କରି ଗଲେ ବି ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଣିକି କାରରେ ଜଣେ ମାତ୍ର ଗଲେ ବି ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏବେ ମାସ୍କ ସୁରକ୍ଷା କବଚ ଭଳି କାମ କରିବ ବୋଲି ହାଇକୋର୍ଟ କହିଛନ୍ତି । ଦିଲ୍ଲୀରେ କରୋନା ସ୍ଥିତି ଅନିୟନ୍ତ୍ରିତ ହୋଇଯାଇଛି। ଏଥିପାଇଁ ଦିଲ୍ଲୀରେ କଟକଣା କଡ଼ାକଡ଼ି ହୋଇଛି। ଦିଲ୍ଲୀ ସରକାର  ନାଇଟ୍‌ କର୍ଫ୍ୟୁ ଘୋଷଣା କରିଛନ୍ତି। ରାତି ୧୦ରୁ ସକାଳ ୫ ପର୍ୟ୍ୟନ୍ତ ଦିଲ୍ଳୀରେ ନାଇଟ୍ କର୍ଫ୍ୟୁ ହେବ। ଆଗାମୀ ୩୦ ତାରିଖ ପର୍ୟ୍ୟନ୍ତ ଏହା ଜାରି ରହିବ। ଗତ କିଛି ସପ୍ତାହ ଧରି ଦିଲ୍ଲୀରେ ସଂକ୍ରମଣ ଲଗାତାର ବଢ଼ି ଚାଲିଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ସବୁଠୁ ଚିନ୍ତାଜନକ ହେଉଛି ଦିଲ୍ଲୀରେ ପଜିଟିଭ୍‌ ହାର ୫ ପ୍ରତିଶତ ଟପିଯାଇଛି। ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ୧୫ରେ ଦିଲ୍ଲୀରେ ମାମଲା ୩୬୮ ଥିଲା ଏବଂ ପଜିଟିଭ୍‌ ହାର ୦.୬ ପ୍ରତିଶତ ଥିଲା। ସେବେଠାରୁ ଦିଲ୍ଲୀରେ ପଜିଟିଭ୍‌ ହାର ବଢ଼ି ଚାଲିଛି। ମାର୍ଚ୍ଚ ୨୨ରେ ଦିଲ୍ଲୀ ପଜିଟିଭ୍‌ ହାର ୧.୩ ପ୍ରତିଶତ ଥିବା ବେଳେ ଏବେ ଏହା ୫.୫ ପ୍ରତିଶତ ଟପିଯାଇଛି।

Related Articles

Leave a Reply

Your email address will not be published.

Back to top button