କମିଲା କୋଭାକ୍ସିନ ଦର

ନୂଆଦିଲ୍ଲୀ: ଗତକାଲି ରାଜ୍ୟ ସରକାରଙ୍କ ପାଇଁ କୋଭିସିଲଡର ମୂଲ୍ୟ କମିବା ପରେ କୋଭାକ୍ସିନ ଦରକୁ ମଧ୍ୟ କମ୍ପାନୀ ଆଶାନୁରୂପ କମାଇ ଦେଇଛି । ରାଜ୍ୟ ସରକାରଙ୍କ ପାଇଁ ଏବେ କୋଭାକ୍ସିନ ଡୋଜ ପିଛା ୬୦୦ ଟଙ୍କା ପରିବର୍ତ୍ତେ ୪ ଶହ ଟଙ୍କାରେ ଉପଲବ୍ଧ ହେବ । ତେବେ ଘରୋଇ ସଂସ୍ଥାମାନଙ୍କ ପାଇଁ ପୂର୍ବରୁ ଯେଉଁ ୧୨ ଶହ ଟଙ୍କା ଘୋଷଣା ହୋଇଥିଲା ସେଥିରେ କୌଣସି ପରିବର୍ତ୍ତନ ହୋଇଥିବା ସୂଚନା ଦିଆଯାଇନାହିଁ । ତେଣୁ ଘରୋଇ ହସ୍ପିଟାଲରେ କୋଭାକ୍ସିନ ଟିକା ୧୨ ଶହ ଟଙ୍କାରେ ହିଁ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ୧୫୦ ଟଙ୍କା ଦରରେ ଉଭୟ କୋଭିସିଲଡ ଓ କୋଭାକ୍ସିନ ଟିକା କିଣି ବିଭିନ୍ନ ରାଜ୍ୟ ଓ ଘରୋଇ ଡାକ୍ତରଖାନାକୁ ଯୋଗାଇ ଦେଉଥିଲେ । ତେଣୁ ଏବେ ସରକାରୀ ଡାକ୍ତରଖାନାରେ ମାଗଣାରେ ଟିକା ମିଳୁଥିବା ବେଳେ ଘରୋଇ ଡାକ୍ତରଖାନାରେ ୨୫୦ ଟଙ୍କା ନେଉଛନ୍ତି । ସେଥିରେ ୧୦୦ ଟଙ୍କା ସେବା ବାବଦ ରହିଥିବା ବେଳେ ଟିକା ବାବଦ ୧୫୦ ଟଙ୍କା ରହିଛି ।

Related Articles

Leave a Reply

Your email address will not be published.

Back to top button