କମିବ କୋଭିଡ ଟିକାର ଦାମ୍

ନୂଆଦିଲ୍ଲୀ: କୋଭିଡ ଟିକାର ଚାହିଦା ବଢ଼ିବା ସହିତ ଭାରତରେ ଏହାର ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଛି । ଉତ୍ପାଦନ ବଢ଼ିବାରୁ ଏବେ ଟିକାକରଣରେ ଦ୍ୱିତୀୟ ପର୍ଯ୍ୟାୟରେ ସରକାରଙ୍କୁ ଟିକା ବାବଦରେ କମ ଖର୍ଚ୍ଚ କରିବାକୁ ହେବ । ପୂର୍ବରୁ ସରକାର ଗୋଟିଏ ଡୋଜକୁ ୨୧୦ ଟଙ୍କାରେ କିଣୁଥିବା ବେଳେ ଏବେ ଏହାକୁ ୧୫୭.୫୦ (ଜିଏସଟି ସମେତ) ଟଙ୍କାରେ କିଣିବେ । ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ଆଗକୁ କୋଭିଡ ଟିକାର ଦାମ ଦେଶରେ ୨୦୦ ଟଙ୍କାରୁ ମଧ୍ୟ କମ୍ ରହିବ ।

ଦେଶର କୌଣସି ରାଜ୍ୟରେ ବି ଟିକାର ଅଭାବ ରହିବ ନାହିଁ । ଉତ୍ପାଦନ ବଢ଼ିବା ପରେ ଟିକା ମୂଲ୍ୟ ପୁନଃ ନିର୍ଦ୍ଧାରଣ କରିବା ପାଇଁ ସରକାର ଟିକା ପ୍ରସ୍ତୁତ କାରୀ ସଂସ୍ଥା ସହିତ ଆଲୋଚନା କରିଥିଲେ ଏବଂ କମ ମୂଲ୍ୟରେ ଟିକା ଉପଲବ୍ଧ କରାଇବାକୁ ସହମତି ହୋଇସାରିଛି ବୋଲି ସେ କହିଛନ୍ତି । ଏବେ ଲୋକଙ୍କୁ କୋଭିଡ ଟିକା ପାଇଁ ଡୋଜ ପିଛା ୨୫୦ ଟଙ୍କା ଦେବାକୁ ପଡ଼ୁଛି । ସରକାର ଶସ୍ତାରେ କୋଭିଡ ଟିକା କିଣିବା ପରେ ଟିକା ମୂଲ୍ୟ ହ୍ରାସ ପାଇବ ଏବଂ ଏହାର ଦାମ ୨୦୦ ଟଙ୍କା ଭିତରେ ସୀମିତ ରହିବ ବୋଲି ଜଣାପଡ଼ିଛି ।

Related Articles

Leave a Reply

Your email address will not be published.

Back to top button