କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ, ପିପିଲି ନିର୍ବାଚନ ସ୍ଥଗିତ

ଭୁବନେଶ୍ୱର: ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ଘଟିଛି । କିଛି ଦିନ ଧରି କରୋନା କରୋନାରେ ଆକ୍ରାନ୍ତ ହୋଇ ଆପୋଲୋ ହସ୍ପିଟାଲ ଚିକିତ୍ସିତ ହେଉଥିବା ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଘଟିଛି । ଡାକ୍ତରଖାନା ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । କଂଗ୍ରେସ ପ୍ରାର୍ଥୀଙ୍କ ପରଲୋକ ଘଟିଥିବାରୁ ପିପିଲି ନିର୍ବାଚନ ଘୁଂଚିବା ସ୍ପଷ୍ଟ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ନିର୍ବାଚନ ପ୍ରଚାର ବେଳେ ସ୍ୱର୍ଗତ ମଙ୍ଗରାଜ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ପ୍ରଥମେ ଡେଲାଙ୍ଗ ମେଡିକାଲରେ ଭର୍ତି କରାଯାଇଥିଲା । ତେବେ ସ୍ଥିତିରେ କିଛି ଉନ୍ନତି ନହେବାରୁ ପରବର୍ତୀ ସମୟରେ ତାଙ୍କୁ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ କରାଯାଉଥିଲା । ସଦତମ ସୂଚନାନୁଯାୟୀ ଆପୋଲୋରେ କରୋନା ସହ ଲଢି ତାଙ୍କର ମୃତ୍ୟୁ ଘଟିଛି । 

ଆସନ୍ତା ୧୭ରେ ପିପିଲିରେ ଉପନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ପ୍ରଚାର ପାଇଁ ହାତରେ ମାତ୍ର ୨୪ ଘଂଟା ସମୟ ଥିଲା । ତେବେ ନିର୍ବାଚନ କମିଶନଙ୍କ ଗାଇଡଲାଇନ ଅନୁଯାୟୀ ନିର୍ବାଚନ ପୂର୍ବରୁ ଯଦି କୌଣସି ପ୍ରାର୍ଥୀଙ୍କ ବିୟୋଗ ହୋଇଥାଏ । ସେ କ୍ଷେତ୍ରରେ ନିର୍ବାଚନ ଘୁଂଚିଥାଏ । ଏନେଇ ଇସିଆଇ ପକ୍ଷରୁ କୌଣସି ସୂଚନା ମିଳିନଥିଲେ ମଧ୍ୟ ନିର୍ବାଚନ ଘୁଂଚିବା ଏକରକମ ସ୍ପଷ୍ଟ ହୋଇଯାଇଛି । ସ୍ୱର୍ଗତ ମଙ୍ଗରାଜଙ୍କ ବିୟୋଗ ପାଇବା ପରେ ପିପିଲି ନିର୍ବାଚନ ମଣ୍ଡଳି ସହିତ ତାଙ୍କ ସମ୍ପର୍କୀୟ ଶୁଭେଚ୍ଛୁଙ୍କ ମନରେ ଶୋକର ଛାୟା ଖେଳିଯାଇଛି । ପିପିସି ସଭାପତି ନିରଂଜନ ପଟ୍ଟନାୟକ , କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ, କଟକ କଂଗ୍ରେସ ପ୍ରଭାରୀ ସଂଗ୍ରାମ ଜେନା, ପ୍ରସାଦ ହରିଚନ୍ଦନ, ସୁରେଶ ରାଉତରାୟଙ୍କ ସମେତ ବହୁ ରାଜନେତା ଶୋକ ବ୍ୟକ୍ତ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button