ଓଡ଼ିଶା ପାଇଁ ଚିନ୍ତା

ଆଜି ୧୪୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର:  ପୁଣି ଓଡ଼ିଶାକୁ ଘାରିଲା କରୋନା ଭୟ ।  କାରଣ ଆଜି ରାଜ୍ୟରେ ପୁଣି ନୂଆ ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୭ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ୫୯ ବୋଲି ଜଣାଯାଇଛି ।  ତନ୍ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ  ୩୫ ଚିହ୍ନଟ ହୋଇଥିବାବେଳେ କଟକରୁ ୨୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ବୃଦ୍ଧି ପାଉଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୮ ହଜାର ୯୬୩କୁ ବୃଦ୍ଧି ପାଇଛି । ଆକ୍ଟିଭ କେସ ୮୬୭ ଥିବାବେଳେ ୩ ଲକ୍ଷ ୩୬ ହଜାର ୧୨୪ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।

୨୪ ଘଣ୍ଟା ମଧ୍ୟରେ ୧୯ଟି ଜିଲ୍ଲାରୁ ୧୪୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୫ ଜଣ, କଟକରୁ ୨୫ ଜଣ, ମୟୂରଭଞ୍ଜରୁ ୧୩ ଜଣ, ନୂଆପଡ଼ା ଓ ସୁନ୍ଦରଗଡ଼ରୁ ୧୨ ଜଣ ଲେଖାଏଁ, ବଲାଙ୍ଗୀରରୁ ୯ ଜଣ,ଗଞ୍ଜାମରୁ ୫ ଜଣ, ବାଲେଶ୍ବର ଓ ଯାଜପୁର ଜିଲ୍ଲାରୁ ୪ ଜଣ ଲେଖାଏଁ, ଅନୁଗୁଳ, ବରଗଡ଼ ଓ ଜଗତସିଂହପୁର ଜିଲ୍ଲାରୁ ୩ ଜଣ ଲେଖାଏଁ, କଳାହାଣ୍ଡି, ପୁରୀ ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ,ଝାରସୁଗୁଡା, କେନ୍ଦ୍ରାପଡ଼ା, ନବରଙ୍ଗପୁର, ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତ ଏବଂ ଷ୍ଟେଟ୍ ପୋଲ୍‌ରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related Articles

Leave a Reply

Your email address will not be published.

Back to top button