ଓଡ଼ିଶାକୁ ମିଳିଲା ୩୩୮.୮କୋଟି

ଭୁବନେଶ୍ୱର: ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି ।  ବଢୁଛି କରୋନାର କାୟା ।  ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ  ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି ।  ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି ।  ତାହା ହେଲା କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୫ଟି ରାଜ୍ୟକୁ ଅନୁଦାନ ପ୍ରଦାନ କରାଯାଇଛି ।  କେନ୍ଦ୍ର ସରକାରଙ୍କ ପକ୍ଷରୁ ମୋଟ ୮୯୨୩.୮କୋଟି ଟଙ୍କାର ସହାୟତା ମୋଟ ୨୫ଟି ରାଜ୍ୟକୁ ପ୍ରଦାନ କରାଯାଇଛି ।  ତନ୍ମଧ୍ୟରୁ ଓଡ଼ିଶାକୁ ୩୩୩.୮କୋଟି ମିଳିଥିବା ଜଣାଯାଇଛି ।  ଏହି ଅର୍ଥ ସହାୟତା ନେଇ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ଗୁଡ଼ିକ ହେଲା- ଆନ୍ଧପ୍ରଦେଶ- ୩୮୭.୯କୋଟି, ଆସାମ-୨୩୭.୨ କୋଟି, ପଶ୍ଚିମବଙ୍ଗ-୬୫୨.୨କୋଟି, ବିହାର- ୭୪୧.୮କୋଟି, ଉତ୍ତରପ୍ରଦେଶ-୧୪୪୧.୬କୋଟି, ଛତିଶଗଡ଼-୨୧୫କୋଟି ଗ୍ରାମଞ୍ଚଳରେ ଖର୍ଚ୍ଚ ପାଇଁ  କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏହି ଅନୁଦାନ ମଞ୍ଜୁର କରାଯାଇଛି ।

Related Articles

Leave a Reply

Your email address will not be published.

Back to top button