ଏୟାରଲିଫ୍ଟ ହେବେ ଆଇପିଏସ ଦେବାଶିଷ

ଭୁବନେଶ୍ୱର:  ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଆଜି ଏୟାର ଲିଫ୍ଟ ହେବେ ।  ଉନ୍ନତ ଚିକିତ୍ସା ପାଇଁ ଦେବାଶିଷଙ୍କୁ ଏୟାର ଆମ୍ବୁଲାନ୍ସରେ ନିଆଯିବ ।  ଦେବାଶିଷଙ୍କୁ କୋଲକାତାର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ।  ଏନେଇ କୋଲକାତା ହସ୍ପିଟାଲ ଟିମ କଟକ ଅଶ୍ୱିନୀ ହସ୍ପିଟାଲରେ ପହଞ୍ଚିଥିବା ଜଣାଯାଇଛି ।

କୋଲକାତା ସୁପରସ୍ପେଶାଲିଟି ହସ୍ପିଟାଲର ୪ ଜଣିଆ ଟିମ କଟକ ଅଶ୍ୱିନୀ ହସ୍ପିଟାଲରେ ପହଞ୍ଚିଛନ୍ତି ।  ଇକମୋ ସପୋର୍ଟରେ ଦେବାଶିଷଙ୍କୁ  ଏୟାର ଆମ୍ବୁଲାନ୍ସରେ କୋଲକାତା  ନିଆଯିବ । ଦେବାଶିଷ କରୋନାରେ ଆକ୍ରାନ୍ତ ହୋଇ କଟକରେ ଚିକିତ୍ସାଧୀନ ଅଛନ୍ତି ।

Related Articles

Leave a Reply

Your email address will not be published.

Back to top button